କେନ୍ଦ୍ରାପଡା( ଏଟିଆର ବ୍ୟୁରୋ): କେନ୍ଦ୍ରାପଡା ମେଡିିକାଲରେ ନିଆଁ । ଅଳ୍ପକେ ବର୍ତ୍ତିଲେ ରୋଗୀ । ଏହି ଅଗ୍ନିକାଣ୍ଡ ହୋଇଛି ନ୍ୟୁଟ୍ରିସିନାଲ ରିହାବିଲେଟେସନ ସେଣ୍ଟରରେ । ତେବେ ଅଗ୍ନିକାଣ୍ଡ କେଉଁ କାରଣରୁ ହୋଇଥିଲା ତିାହା ଏଯାବତ ଜଣା ପଡିନାହିଁ । ସୂଚନା ଅନୁସାରେ ଆଜି ସକାଳେ ହଠାତ ।ଲ ରିହାବିଲେଟେସନ ସେଣ୍ଟର ହଠାତ ଧୂଆଁ ମୟ ହୋଇ ଯାଇଥିଲା ।
ଯାହାକୁ ଦେଖି ଲୋକେ ଭୟବୀତ ହୋଇ ଯାଇଥିଲେ । ପରେ ମେଡିକାଲର ସୁରକ୍ଷା କର୍ମୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏନେଇ ଖବର ପାଇ ଦମକଳ ଗାଡି ମଧ୍ୟ ପହଞ୍ଚିଥିଲା । ମାତ୍ର ଦମକଳ ବାହୀନି ଆସିବା ବେଳକୁ ନିଆଁକୁ ଆୟତ୍ତ କରି ସାରିଥିଲେ । ତେବେ ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି ।