ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠାରୁ ଗୁଜୁରାଟରେ ନାଗରିକତା ସଂଶୋଧନ ଆଇନ ଲାଗୁ ହୋଇଯିବ । ଗୁଜୁରାଟର ଗାନ୍ଧୀଧାମ ଏବଂ କଛ୍ୱରେ ପାକିସ୍ତାନରୁ ଆସିଥିବା ୩୫୦୦ ହିନ୍ଦୁଙ୍କୁ ନାଗରିକତା ଦିଆଯିବ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ମନସୁଖ ମଣ୍ଡବିୟା ବି ଉପସ୍ଥିତ ରହିବେ ।
ପାକିସ୍ତାନର ବିଭିନ୍ନ କ୍ଷେତ୍ରରୁ ଆସିଥିବା ହିନ୍ଦୁ ଶରଣାର୍ଥୀମାନେ କଛ୍ୱ, ମୋରବୀ ,ରାଜକୋଟ ଏବଂ ବନାସକାଂଠାରେ ରହୁଛନ୍ତି । ଏମାନଙ୍କର ପଞ୍ଜିକରଣ କରିବା ପରେ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଏନେଇ ସମସ୍ତ ତଥ୍ୟ ପଠାଯିବ ।
ଏହାପରେ ଗୁଜୁରାଟ ଏଭଳି ଏକ ରାଜ୍ୟ ହୋଇଯିବ, ଯେଉଁଠି ନାଗରିକତା ସଂଶୋଧନ ଆଇନ ଅନୁସାରେ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ । ଅଧିକାଂଶ ଶରଣାର୍ଥୀ ରାଜପୁତ ସମାଜର ରହିଛନ୍ତି ।
ପାକିସ୍ତାନର ସିନ୍ଧ ପ୍ରାନ୍ତରୁ ପ୍ରତାଡିତ ହେବା ପରେ ଶରଣାର୍ଥୀମାନେ ଭାରତରେ ଆସି ରହୁଛନ୍ତି । ଏମାନଙ୍କ ମଧ୍ୟରୁ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଗତ ୧୫ ରୁ ୨୦ ବର୍ଷ ହେବ ଭାରତରେ ରହୁଛନ୍ତି ।