ପୁରୀ (ଏଟିଆର ବ୍ୟୁରୋ): ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ତିନି ରଥ ଲାଗି ଯାଇଛି । ଆଜି ଚତୁର୍ଦ୍ଧାମୂରତି ଆଡପ ମଣ୍ଡପକୁ ବିଜେ କରିବେ ।ଆଜି ଦିନ ସାରା ରଥ ଉପରେ ରହିବେ ଶ୍ରୀଜିଉ । ରଥ ଉପରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ସନ୍ଧ୍ୟାରେ ପହଣ୍ଡି ହୋଇ ଆଡପ ବେଦୀକୁ ଯିବେ ଶ୍ରୀଜିଉ । ସନ୍ଧ୍ୟା ଆଳତୀ ଶେଷ ହେବା ପରେ ଅପରାହ୍ନ ୪ଟାରେ ଆରମ୍ଭ ହେବ ପହଣ୍ଡି ବିଜେ । ଗୋଟି ପହଣ୍ଡି ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ବିଜେ କରିବେ ଚତୁର୍ଦ୍ଧାମୂରତି ।
ସେହିପରି ପବିତ୍ର ରଥଯାତ୍ରା ପାଇଁ ପୁରୀ ଜିଲ୍ଲାରେ ଘୋଷଣା ହୋଇଥିବା କର୍ଫ୍ୟୁରେ ଏବେ କୋହଳ କରାଯାଇଛି । କେବଳ ଶ୍ରୀଗୁଣ୍ଡିଚା ପରିସର ତଥା ବଡଶଙ୍ଖରୁ ଗୁଣ୍ଡିଚା ମନ୍ଦିର ଏବଂ ମାଟିଆପଡା ଛକ ଯାଏଁ କର୍ଫ୍ୟୁ ବଳବତ୍ତର ରଖାଯାଇଛି । ଏହା ଆଜି ରାତି ୧୦ ଟା ଯାଏଁ ରହିବ । ଅନ୍ୟ ସ୍ଥାନ ତଥା ସମଗ୍ର ପୁରୀ ଜିଲ୍ଲାରୁ କର୍ଫ୍ୟୁ ହଟାଇ ଦିଆଯାଇଛି ।