ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସ୍ୱର୍ଗତ ନବକିଶୋର ଦାସଙ୍କର ଆଜି ଦ୍ୱାଦଶ କ୍ରିୟା । ଝାରସୁଗୁଡାରେ ଆୟୋଜିତ ହେବ ସ୍ମୃତି ସଭା । ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନବକିଶୋର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।
ଦିନ ୧୨ ଟାରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ପହଁଚିବା ପରେ ହେଲିକପ୍ଟର ଯୋଗେ ଯାଇ ସରବାହଲ ହାଇସ୍କୁଲ ପଡିଆରେ ଆୟୋଜିତ ହୋଇଥିବା ନବଦାସଙ୍କ ଦ୍ୱାଦଶ କାର୍ଯ୍ୟକ୍ରମରେ ଯୋଗ ଦେବେ ।