କଟକ ( ଏଟିଆର ବ୍ୟୁରୋ): ଆସନ୍ତା ରବିବାର ଦିନ ବାରବାଟୀରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ- ୱେଷ୍ଟଇଣ୍ଡିଜ ଏକଦିବସୀୟ ମ୍ୟାଚ । ଯାହାକୁ ନେଇ ଏବେ ସାରା କଟକ ସହର ହୋଇ ପଡିିଛି ଚଳଚଞ୍ଚଳ । ମ୍ୟାଚପାଇଁ ଖେଳାଳୀମାନେ ମଧ୍ୟ ଆସି ଓଡିଶାରେ ପହଞ୍ଚି ସାରିଲେଣି ।
ତେବେ ଅନୁଷ୍ଠିତ ହେବାକୁ ଥିବା ଅନ୍ତିମ ଦିବାରାତ୍ର ମ୍ୟାଚ ପାଇଁ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଅବସରରେ ଆଜି ବାରବାଟୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି । ସୂଚନାଯୋଗ୍ୟ ଆଜିଠୁ ଖେଳାଳୀମାନେ ଗ୍ରାଉଣ୍ଡରେ ପ୍ରାକ୍ଟିସ କରିବେ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପାକିଂ ବ୍ୟବସ୍ଥା କରାଯାଇଛି । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଏକଦିବସୀୟ ମ୍ୟାଚର ଏହା ହେଉଛି ଅନ୍ତିମ ମ୍ୟାଚ ।