ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଇଷ୍ଟାଗ୍ରାମରେ ଏବେ ଅଧିକ ମାତ୍ରାରେ ସେୟାର ହେଉଛି ବ୍ଲାକ ଓ ହ୍ୱାଇଟ୍ର ଫୋଟୋ । ପ୍ରାୟ ୧୦୦୦ରୁ ଅଧିକ ଝିଅ ତାଙ୍କ ଫୋଟକୁ ସେୟାର କରିସାରିଲେଣି । ଏହା ପ୍ରାୟ ଦୁଇ ସପ୍ତାହ ହେବ ଚାଲିଛି କିନ୍ତୁ ଏହି ପୋଷ୍ଟ ଫୋଟରେ ରହିଛି ଏକ ରହସ୍ୟ । ଏହି ଫଟୋ ଟ୍ରେଣ୍ଡ୍ ତୁର୍କିର ମହିଳା ମାନଙ୍କୁ ସପୋର୍ଟ କରିବା ପାଇଁ ଆରମ୍ଭ ହୋଇଛି । ଇଂଷ୍ଟାଗ୍ରାମରେ ପ୍ରାୟ ଦୁଇ ସପ୍ତାହ ହେବ ମହିଳାମାନେ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଫୋଟୋ ସେୟାକ କରୁଛନ୍ତି ।
ଫାଏ ଡିସୋଜା ନାମକ ଜଣେ ବରିଷ୍ଠ ସାମ୍ବାଦିକ ତାଙ୍କ ଇଂଷ୍ଟାଗ୍ରାମ ପୋଷ୍ଟରେ କିଛି ତଥ୍ୟ ସେୟାର କରିଛନ୍ତି । ତଥ୍ୟ ଅନୁସାରେ ତୁର୍କିରେ ବର୍ତ୍ତମାନ ମହିଳାଙ୍କ ପ୍ରତି ଅତ୍ୟାଚାର ବଢିବାରେ ଲାଗିଛି । କିଛି ଦିନ ତଳେ ଜଣେ ୨୭ ବର୍ଷିୟ ମହିଳାଙ୍କୁ ତାଙ୍କ ଏକ୍ସ ବଏଫ୍ରେଣ୍ଡ୍ ବିଚ ରାସ୍ତାରେ ହତ୍ୟା କରିଥିଲେ । ପରିବାର ଲୋକେ ଏହାକୁ ନେଇ ଆଇନର ଦ୍ୱାରସ୍ତ ମଧ୍ୟ ହୋଇଥିଲେ କିନ୍ତୁ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଥିବା ଆଇନ ଉପରେ ତୁର୍କି ସରକାର ରୋକ ଲଗାଇଛନ୍ତି । ମହିଳାଙ୍କ ପାଇଁ ତୁର୍କି ସାଜିଛି ନର୍କ । ରିପୋର୍ଟ ଅନୁସାରେ ତୁର୍କିରେ ପ୍ରାୟ ୪୨ ପ୍ରତିଶତ ମହିଳା ଜାହାଙ୍କ ବୟସ ୧୬ରୁ ୬୦ ବର୍ଷ , ସେମାନେ ନିଜ ସ୍ୱାମୀଙ୍କ ଦ୍ୱାରା ମାନସୀକ ଓ ଶାରୀରିକ ସ୍ତରରେ ନିର୍ଯ୍ୟାତିତ ହେଉଛନ୍ତି । ଯାହା ପାଇଁ ତୁର୍କି ସରକାର ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି । ସେ ଆହୁରି ମହିଳାଙ୍କୁ ନିର୍ଯାତନା କରିବା ପାଇଁ ଉସ୍କାଉଛନ୍ତି ।
ତୁର୍କିର ରାଷ୍ଟ୍ରପତି ମହିଳାମାନଙ୍କୁ ନିଚ୍ଚା ଦେଖାଇ ପୁରୁଷ ଓ ମହିଳା ସମାନ ନୁହେଁ ବୋଲି କହିଛନ୍ତି ଏହା ସହ ମାତୃତ୍ୱ ହାସିଲ କରିପାରୁନଥିବା ମହିଳାଙ୍କୁ ଅକ୍ଷମ କହିଛନ୍ତି । ତୁର୍କିର ପୂର୍ବତନ ପ୍ରଧାନ ମନ୍ତ୍ରୀ ରଷ୍ଟ୍ରପତିଙ୍କୁ ସପୋର୍ଟ କରି ଛୋଟ ଡ୍ରେସ ପିନ୍ଧୁଥିବା ମହିଳାଙ୍କୁ ଶାରୀରିକ ଅତ୍ୟାଚାର କରିବା ପାଇଁ ଓ ଅସଭ୍ୟ ଭାଷା କହି ହାରାସ କରିବାକୁ କହିଛନ୍ତି । ଏହା ଏବେ ସାରା ତୁର୍କିରେ ମହିଳାଙ୍କ ଭିତରେ ଏକ ଭୟଙ୍କର ଡର ଆଣି ଦେଇଛି । କିନ୍ତୁ ଇଂଷ୍ଟାଗ୍ରାମରେ ବ୍ଲାକ ଆଣ୍ଡ୍ ହ୍ୱାଇଟ ଫୋଟ ସେୟାର କରି ଏହାକୁ କମ କରାଯାଇପାରିବ ବୋଲି ତୁର୍କିର କିଛି ମହିଳା ଆଶା ରଖିଛନ୍ତି । କାରଣ ଅତ୍ୟାଚାରିତ ହୋଇ ମୃତ୍ୟୁ ବରଣ କରିଥିବା ମହିଳାଙ୍କ ବ୍ଲାକ ଆଣ୍ଡ ହ୍ୱାଇଟ ଫୋଟ ସାମ୍ନାକୁ ଆସିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024