ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତକାଲି ଶେଷ ହୋଇଛି ଝାଡଖଣ୍ଡର ସମସ୍ତ ପର୍ଯ୍ୟାୟ ଭୋଟଦାନ । ସମସ୍ତ ୮୧ଟି ବିଧାନ ସଭା ଆସନ ପାଇଁ ୫ଟି ପର୍ଯ୍ୟାୟରେ ହୋଇଥିଲା ଭୋଟ ଗ୍ରହଣ । ଆସନ୍ତା ୨୩ ତାରିଖରେ ଭୋଟ ଗଣତି ସହିତ ଫଳାଫଳ ପ୍ରକାଶ ପାଇବ ।
ନିର୍ବାଚନ ଫଳ ପ୍ରକାଶ ପାଇବା ପୁର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ ଫଳାଫଳ ପ୍ରକାଶ ପାଇଥିଲା । ତେବେ ଏହି ଫଳାଫଳ ଅନୁସାରେ ଏଥର ବିଜେପି ସରକାରକୁ ଗାଦିଚ୍ୟୁତ କରିପାରେ କଂଗ୍ରେସ-ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଆରଜେଡିର ମେଣ୍ଟ ।
ସେପଟେ ଇଣ୍ଡିଆ ଟୁଡେ ଓ ଆକ୍ସିସ୍ ମାଇଁ ଇଣ୍ଡିଆ ପକ୍ଷରୁ ମଧ୍ୟ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେ ମାଧ୍ୟମରେ ଝାଡଖଣ୍ଡ ବାସୀ କାହାକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଛନ୍ତି ତାର ଆକଳନ କରାଯାଇଥିଲା ।
ଏହି ସର୍ଭେରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବୀର ଦାସ ଫେଲ ମାରିଛନ୍ତି । ତେବେ ଅଧିକାଂଶ ଲୋକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ।
କଂଗ୍ରେସ-ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଆରଜେଡି ମିଳିତ ଭାବେ ନିର୍ବାଚନ ଲଢିଥିଲେ । ଏକଜିଟ୍ ପୋଲ ଅନୁସାରେ ଏଥର ମହାରାଷ୍ଟ୍ର ଭଳି ଝାଡଖଣ୍ଡରେ ମଧ୍ୟ ମିଳିତ ସରକାର ଗଠନ ହୋଇପାରେ ବୋଲି ଆକଳନ କରାଯାଇଛି ।