ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗ୍ରାହକଙ୍କୁ ଝଟକା ଦେଲା ରେଡମୀ । କମ୍ପାନୀ ତାର ଏକ ସ୍ମାର୍ଟଫୋନର ଦାମ୍ ବୃଦ୍ଧି କରିଛି । ଗତମାସରେ ରେଡମୀ ତାର ରେଡମୀ ନୋଟ ୧୧ ସ୍ମାର୍ଟଫୋନ ଲଞ୍ଚ କରିଥିଲା । ଲଞ୍ଚ ସମୟରେ ଏହି ଫୋନର ମୂଲ୍ୟ ୧୩୪୯୯ ଥିଲା କିନ୍ତୁ ଏବେ ଏହି ଫୋନ କିଣିବାକୁ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ହେବ ।
ରେଡମୀ ନୋଟ ୧୧ ବେସ୍ ଭ୍ୟାରିଆଣ୍ଟ (୪ଜିବି ଓ ୬୪ଜିବି)ର ଦାମରେ ପରିବର୍ତ୍ତନ କରିଛି କମ୍ପାନୀ । ଏବେ ଏହାର ଦାମ ୫୦୦ ଟଙ୍କା ବୃଦ୍ଧି ହୋଇ ୧୩୯୯୯ ଟଙ୍କା ହୋଇ ଯାଇଛି । ଏହି ନୂତନ ଦାମ ଅନଲାଇନ୍ ସପିଙ୍ଗ ୱେବସାଇଟରେ ମଧ୍ୟ ଅପଡେଟ ହୋଇଯାଇଛି । ଅବଶ୍ୟ ୬ଜିବି + ୬୪ଜିବି ଏବଂ ୬ଜିବି +୧୨୮ଜିବି ଭ୍ୟାରିଆଣ୍ଟର ଦାମ୍ ରେ କୌଣସି ପରିବର୍ତ୍ତନ କରିନି କମ୍ପାନୀ ।