ପାଣିକୋଇଲି(ଏଟିଆର ବ୍ୟୁରୋ): ମୃତ୍ୟୁ ଏମିତି ବି ଆସେ । କିଏ ଜାଣେ କେଉଁ ରୂପରେ ମୃତ୍ୟୁ ଆସି କବାଟ ବାଡେଇବ । ଆଉ ଆଖି ପିଛଳାକେ ଚାଲିଯିବ ଜୀବନ । ରୋଗୀକୁ ମେଡିକାଲ ନେଇ ଜୀବା ବାଟରେ ସେ ଚାଲିଗଲେ ଆରପରିକୁ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ପାଣିକୋଇଲି ନିକଟରେ ।
ଭଦ୍ରକ ମେଡିକାଲରୁ ୧୦୮ ଆମ୍ବୁଲାନ୍ସ ରୋଗୀ ନେଇ ଯାଉଥିବା ବେଳେ ଏକ ଟ୍ରକ ଧକ୍କା ଦେଇଛି । ଫଳରେ ରୋଗୀଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୧୬ ନଂ ଜାତୀୟ ରାଜ ପଥରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ମା ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଓ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି । ଆଟେଣ୍ଡାଟ ମଧ୍ୟ ଆହତ ହୋଇଛନ୍ତି । ଆହତ ମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।