ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱର ପାର୍କ ଗୁଡିକର ହେବ ର୍ୟାଙ୍କିଙ୍ଗ୍ । ଏବେ ଲୋକଙ୍କ ମତାମତରେ ଅନୁସାରେ ପାର୍କ ଗୁଡିକୁ ମିଳିବ ର୍ୟାଙ୍କ ।
ଭୁବନେଶ୍ୱରର ପାର୍କ ଗୁଡିକ ଲୋକଙ୍କ ପାଇଁ ସୁରକ୍ଷିତ କି ନାହିଁ, ସଫା ଅଛି କି ନାହିଁ, ଯାତାୟତର ସୁବିଧା ଅଛି କି ନାହିଁ ଏ ସବୁର ନିର୍ଣ୍ଣୟ ଏବେ ଲୋକ କରିବେ ।
ଲୋକ ମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ମିଳୁଛିକି ନାହିଁ ସେ ଅନୁସାରେ ଲୋକ ନିଜର ମତାମତ ଦେବା ଫଳରେ ପାର୍କ କର୍ତ୍ତୁପକ୍ଷ ପାର୍କର ଉନ୍ନତିକରଣ ଉପରେ ଅଧିକ ଧ୍ୟାନ ଦେଇପାରିବେ ।
ତେବେ ଏହି ବ୍ୟବସ୍ଥା ଆଜିଠାରୁ ପୋଖରୀପୁଟ ସ୍ଥିତ ମଧୁସୁଦନ ପାର୍କରୁ ଆରମ୍ଭ କରାଯାଇଛି । ଏହି ବ୍ୟବସ୍ଥା ଟି ଦେଶ ପ୍ରଥମ ଥର ପାଇଁ କେବଳ ଭୁବନେଶ୍ୱରରେ ଆରମ୍ଭ କରାଯାଇଛି ।
ବ୍ୟବସ୍ଥାଟି ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ସହାୟତାରେ ଯୋଜନା ଟି ଆରମ୍ଭ କରାଯାଇଛି । ତେବେ ବ୍ୟବସ୍ଥା ପ୍ରଥମେ ଗୋଟିଏ ପାର୍କରୁ ଆରମ୍ଭ କରାଯାଇଛି ହେଲେ ଖୁବ୍ ଶୀଘ୍ର ଭୁବନେଶ୍ୱରର ସମସ୍ଥ ପାର୍କ ଓ ଐତିହ୍ୟ କୀର୍ତ୍ତିରାଜି ଥିବା ସ୍ଥାନ ଗୁଡିକରେ ଆରମ୍ଭ କରାଯିବ ।