ପୁରୀ(ଏଟିଆର ନ୍ୟୁଜ): ପୁରୀ ଶ୍ରୀ ମନ୍ଦୀରର ସୌନ୍ଦର୍ଯ୍ୟ କରଣ ପାଇଁ ସରକାର ଓ ପ୍ରଶାଶନ ଦୁହେଁ ତତ୍ପର ଦେଖାଉଥିବା ବେଳେ ମଙ୍ଗୁ ମଠ ଭଙ୍ଗାଯିବା ପ୍ରତିବାଦରେ ଗତକାଲି ଭୁବନେଶ୍ୱର ଠାରେ ଶିଖ୍ ସମାଜ ପକ୍ଷରୁ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା ।
ସେପଟେ ଏନେଇ ଆଜି ରାଜ୍ୟ ସରକାରଙ୍କ ସହିତ ପଞ୍ଜାବୀ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି । ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୁର୍ତ୍ତ ସଚିବ ତଥା ଶ୍ରୀ ମନ୍ଦୀର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଶିଖ୍ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି ।
ଆଲୋଚନା ସରିବା ପରେ ପ୍ରତିନିଧି ଦଳର ମୁଖ୍ୟ ବିଧାୟକ ସମରଜିତ୍ ସିଂ ପ୍ରତିକ୍ରିୟା ଦେଇ କହିଛନ୍ତି ‘ମଙ୍ଗୁ ମଠ ଭଙ୍ଗା ନେଇ ଭୁଲ ବୁଝାମଣା ଥିଲା, ଯାହା ଏବେ ଦୁର ହୋଇଛି । ଓଡ଼ିଶା ସରକାର ମଙ୍ଗୁ ମଠ ସହିତ ପଞ୍ଜାବୀ ଓ ବଲୀ ମଠ ମଧ୍ୟ ପୁନଃ ଉଦ୍ଧାର କରିବେ । ଶ୍ରୀକ୍ଷେତ୍ର ର ସୌନ୍ଦର୍ଯ୍ୟ କରଣ ପାଇଁ ଏସବୁ କରାଯାଉଛି ।’