ଭୁବନେଶ୍ୱର (ଏଟିଆର ବ୍ୟୁରୋ); ହାର୍ଟ ଆଟାକ୍ କେବଳ ବଡ ଲୋକଙ୍କଠାରେ ଦେଖାଦିଏ ବୋଲି ଅନେକ ଲୋକଙ୍କର ଧାରଣା ରହିଛି । ଏହି ରୋଗ ଛୋଟ ଛୁଆଙ୍କ ଠାରେ ବି ଦେଖାଦେଇ ପାରେ । ଏହାସହିତ ଆମ ଦେଶରେ ଛୋଟ ଛୁଆଙ୍କୁ ହୃଦରୋଗ ହେବାର ସମ୍ଭାବନା ଅଧିକ ରହିଛି । କାରଣ ଏଠାରେ ସାଧାରଣତଃ ସମ୍ପର୍କୀୟଙ୍କ ସହିତ ବିବାହ ବନ୍ଧନ ଯୋଡା ଯାଇଥାଏ । ଯାହାଫଳରେ ପିଲାଙ୍କୁ ଯେକୌଣସି ପ୍ରକାରର ହୃଦରୋଗ ହୋଇପାରେ ।
ଅନ୍ୟ ଦେଶ ତୁଳନାରେ ଭାରତରେ ହୃଦରୋଗ୍ ରୋଗୀ ସଂଖ୍ୟା ଅଧିକ । ଏହା ଭାଗ୍ୟର ଦୋଷ ନା ଜିନ୍ ର ଦୋଷ । ଏଥିରେ ଆପଣଙ୍କ ପିଲାଙ୍କର ଭବିଷ୍ୟତ ବି ଯୋଡି ହୋଇଛି । ଆପଣମାନେ ଆପଣଙ୍କ ପିଲାଙ୍କମାନଙ୍କୁ ସଠିକ୍ ଜୀବନଶୈଳୀ ଦେଇ ତାଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବାର ପୟୋଗ କରିପାରିବେ । ଆଜିକାଲିର ଆଧୁନିକ ଟେକ୍ନୋଲଜି ଦ୍ୱାରା ହୃଦରୋଗର ଚିକିତ୍ସା ହୋଇ ପାରୁଛି । ସେତେଣିକି ଔଷଧ ଦ୍ୱାରା ହେଉ ଅବା ସର୍ଜରୀରେ । ସେହିଅନୁଯାୟୀ ଯଦି ଛୋଟ ଛୁଆଙ୍କର ହୃଦରୋଗ ବିଷୟରେ ଆଗୁଆ ଜଣାପଡିଯାଉଛି ତେବେ ସଠିକ୍ ଚିକିତ୍ସା କରି ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିବ ଆପଣଙ୍କ ଛୁଆ ।
ହୃଦଘାତର ପ୍ରମୁଖ କାରଣ ହେଉଛି ହୃଦୟକୁ ରକ୍ତ ପହଁଚାଉଥିବା ରକ୍ତ ବାହିନୀର ମାର୍ଗରେ ପ୍ଲେକ ଜମି ଯିବା ଦ୍ୱାରା ହୋଇଥିବା ବାଧା । ଯଦି ଆପଣ ପ୍ରାରମ୍ଭରୁ ଛୋଟ ଛୁଆଙ୍କ ସ୍ୱାସ୍ଥ୍ୟରେ ସଠିକ୍ ଚିକିତ୍ସା କରିବେ ତେବେ ଆପଣଙ୍କ ଛୁଆ ନିରୋଗ ରହିବ । ସେଥିପାଇଁ ଆସନ୍ତୁ ଧ୍ୟାନ ଦେବା କିଛି ଖାସ୍ କଥା ଉପରେ..
ହାର୍ଟ ସୁସ୍ଥ ପାଇଁ ଛୋଟ ଛୁଆଙ୍କ ଖାଦ୍ୟ ପେୟର ଅଭ୍ୟାସରେ ଧ୍ୟାନ ଦେବା ଉଚିତ୍ । ସେଥିପାଇଁ ଛୋଟ ଛୁଆଙ୍କୁ ପ୍ରାରମ୍ଭରୁ କଦାପି ବର୍ଗର , ପିଜା ଭଳି ଜଙ୍କ ଫୁଡ୍ ଦିଅନ୍ତୁ ନାହୁଁ । ଏହାସହିତ ଛୋଟ ଛୁଆଙ୍କୁ ଖାଇବା ପାଇଁ ପନିପରିବା, ଭାତ, ଡାଲି, ମାଛ, ଦହି ଆଦି ଦିଅନ୍ତୁ । ଏହାଦ୍ୱାରା ସେମାନଙ୍କର ହାର୍ଟ ସୁସ୍ଥ ରହିବ ।
ଯଦି ଛୋଟ ଛୁଆଙ୍କର ପ୍ରାରମ୍ଭରୁ ଖାଦ୍ୟରେ ଡାଇଟିଙ୍ଗ ଅଭ୍ୟାସ ରହିବ ତେବେ ସେମାନଙ୍କ ବୟସ ବୃଦ୍ଧି ପରେ କୌଣସି ରୋଗ ରହିବ ନାହିଁ । ଏହାବ୍ୟତିତ ଆପଣ ଘରେ ରୋଷେଇ କଲା ବେଳେ ଖାଦ୍ୟରେ କମ୍ ତେଲ ବ୍ୟବହାର କରନ୍ତୁ ।
ସବୁଠାରୁ ବଡ କଥା ହେଉଛି ଛୋଟ ବେଳୁ ପିଲାଙ୍କୁ ଟିଭି ଦେଖିବାର ଅଭ୍ୟାସରେ ପକାନ୍ତୁ ନାହିଁ । ସେମାନଙ୍କୁ କୌଣସି ଖେଳ ଖେଳିବାରେ ଅଭ୍ୟାସରେ ପକାନ୍ତୁ । ଯେକୌଣସି ଖେଳ ଅଭ୍ୟାସ ଯେପରିକି; ଟେନିସ୍, ସ୍ୱିଇମିଙ୍ଗ, କ୍ରିକେଟ କିମ୍ବା ଫୁଟବଲ୍ । ଖେଳ ଖେଳିବା ସମୟରେ ପିଲାମାନେ ମଜା ନେବା ସହିତ ହାର୍ଟ ମଜବୁତ୍ ହୋଇଥାଏ । ହାର୍ଟ ପାଇଁ ଏକ୍ସରସାଇଜ୍ ନିହାତି ଆବଶ୍ୟକ ।