ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶରୀରରେ ବ୍ଲଡ ଅକ୍ସିଜେନ୍ ଲେଭଲ ରେଡ ବ୍ଲଡ ସେଲ୍ସ (ଅରବିସି) ରେ ଅକ୍ସିଜେନ ର ମାତ୍ରା କୁ ନିର୍ଦ୍ଧାରିତ କରିଥାଏ । ଏହା ବ୍ଲଡର ପୁରା ହିମୋଗ୍ଲୋବିନ ରେ ଅକ୍ସିଜେନ୍ ସାଚ୍ୟୁରେଟେଡ ର ସ୍ତର । ବୟସ୍କ ଏବଂ ଶିଶୁଙ୍କ ପାଇଁ ସନ୍ତୁଳିତ ଏବଂ ସାମାନ୍ୟ ବ୍ଲଡ ଅକ୍ସିଜେନ୍ ମାତ୍ରା ସଠିକ ରଖିବା ଗୁରୁତ୍ୱପୂର୍ଣ୍ଣ । କ୍ରୋନିକ ଅବଷ୍ଟ୍ରାକ୍ଟିଭ ପଲ୍ମୋନରୀ ଡିଜିଜ, ଆସ୍ଥମା, ହୃଦରୋଗ ଭଳି ଗମ୍ଭୀର ରୋଗୀଙ୍କୁ ନିୟମିତ ତାଙ୍କ ବ୍ଲଡ ଅକ୍ସିାଜନ୍ ମାତ୍ରାକୁ ମନିଟର କରି ରଖିବା ଉଚିତ୍ ।
ଦୁଇଟି ଉପାୟରେ ଆପଣ ବ୍ଲଡ ଅକ୍ସିଜେନ୍ ମାତ୍ରାକୁ ମାପି ପାରିବେ । ପ୍ଲସ ଅକ୍ସିମିଟର ଜରିଆରେ ଆପଣ ମାପି ପାରିବେ । ଏହା ଏକ ଛୋଟ ଡିଭାଇସ । ଏହାକୁ ଅଙ୍ଗୁଳିରେ ଲଗାଇ ପାରିବେ । ଏହା ଆପଣଙ୍କ ବ୍ଲଡରେ ଅକ୍ସିଜେନ୍ ସାଚ୍ୟୁରେଶନ ର ସ୍ତରକୁ ମାପିଥାଏ । ସେହିପରି ଦ୍ୱିତୀୟ ଉପାୟ ହେଉଛି ଆର୍ଟିରିୟଲ ବ୍ଲଡ ଗ୍ୟାସ (ଏବିଜି) । ଏହା ଏକ ବ୍ଲଡ ଟେଷ୍ଟ । ଯାହା ଆପଣଙ୍କ ବ୍ଲଡରେ ଅକ୍ସିଜେନ୍ ସ୍ତରକୁ ମାପିଥାଏ । ଏହାସହିତ ଗ୍ୟାସ ସ୍ତରକୁ ବି ଡିଟେକ୍ଟ କରିଥାଏ ।
ଆର୍ଟିରିୟଲ ବ୍ଲଡ ଗ୍ୟାସ ପାଇଁ ନର୍ମାଲ ରିଡିଙ୍ଗ ପାଖାପାଖି ୭୫ ରୁ ୧୦୦ ମିଲିମିଟର ହୋଇଥାଏ । ଅବଶ୍ୟ ସାମାନ୍ୟ ପ୍ଲସ ଅକ୍ସିମିଟର ରିଡିଙ୍ଗ ସାଧାରତଃ ୯୫ ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ ।
ଯେତେବେଳେ ବ୍ଲଡ ଅକ୍ସିଜେନ୍ ୭୫ ଏମଏମଏଚଜି ରୁ କମିଯାଏ ସେି ସ୍ଥିତିକୁ ସାଧାରଣତଃ ହାଇପୋକିମିୟା କୁହାଯାଇଥାଏ । ଯଦି ଏହା ୬୦ ଏମଏମଏଚଜି ରୁ କମିଯାଏ ତେବେ ଏର୍ମଜେନ୍ସି ସପୋର୍ଟର ସହୟତା ପଡିଥାଏ ।
ବ୍ଲଡ ଅକ୍ସିଜେନ୍ ମାତ୍ରେ ଅତ୍ୟଧିକ କମ ହେବା ଦ୍ୱାରା ମୁଣ୍ଡ ବ୍ୟଥା, ଭ୍ରମ ସ୍ଥିତି, ନିଶ୍ୱାସ ନେବାରେ ସମସ୍ୟା, ହୃଦସ୍ପନ୍ଦନ ବଢିବା ଭଳି ସମସ୍ୟା ଦେଖାଦେଇଥାଏ ।