ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭାରତରେ କାଜୁ ଉତ୍ପାଦନରେ ଓଡ଼ିଶା ତୃତୀୟ ସ୍ଥାନରେ ଥିଲେ ମଧ୍ୟ ଓଡ଼ିଶାରେ କାଜୁର ମାନ ନିର୍ଦ୍ଧାରଣ କରିବା ପାଇଁ ପୁର୍ବରୁ କୌଣଷି ସରକାରି ସଂସ୍ଥା ନଥିଲା । କାଜୁର ମାନ ନିର୍ଦ୍ଧାରଣ କରିବା ପାଇଁ ଓଡ଼ିଶା ବାସୀଙ୍କୁ ଅନ୍ୟ ରାଜ୍ୟ ମାନଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା ।
ବର୍ତ୍ତମାନ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହୋଇଛି କାଜୁ ରପ୍ତାନୀ ପ୍ରୋତ୍ସାହନ ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟ । କେନ୍ଦ୍ର ମନ୍ତ୍ରୀ ତଥା ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ।
ଏହି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ଦ୍ୱାରା ଓଡ଼ିଶାର କାଜୁ ଚାଷିଙ୍କୁ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବନି । ବର୍ତ୍ତମାନ ଓଡ଼ିଶାରେ ହିଁ ଉତ୍ପାଦନ ହେଉଥିବା କାଜୁର ମାନ ନିର୍ଦ୍ଧାରଣ ହେବା ସହିତ କାଜୁର ମୂଲ୍ୟାୟନ ମଧ୍ୟ ହୋଇ ପାରିବ ।
ଓଡ଼ିଶାର କଟକ, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ କାଜୁ ଉତ୍ପାଦନ ଅଧିକ ହୋଇଥାଏ । ଫନିରେ ରାଜ୍ୟର ପ୍ରାୟ ଅଧିକାଶଂ କାଜୁ ଗଛ ନଷ୍ଟ ହୋଇଯାଇଛି । ସେ ସବୁର କ୍ଷତି ଭରଣା ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।