ଜଗତସିଂହପୁର (ଏଟିଆର ବ୍ୟୁରୋ); ରୋଷେଇ ଘରେ ନିଆଁ ଲାଗିବାରୁ ଜିଅନ୍ତା ଜଳିଗଲେ ଯୁବତୀ । ମୃତକ ଜଣକ ହେଲେ ଅହଲ୍ୟା ମଲ୍ଲିକ । ତାଙ୍କ ଘର ଜଗତସିଂପୁର ଜିଲ୍ଲା ଅଲିକଣ୍ଟା ଗାଁରେ । ମିଳିଥିବା ସୂଚନା ମୁତାବକ ଭରତ ମଲ୍ଲିକଙ୍କ ଝିଅ ଅହଲ୍ୟା ରୋଷେଇ କରୁଥିବା ବେଳେ ହଠାତ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ଘର ଭିତରୁ ବାହାରକୁ ବାହାରିବା ପାରିନଥିଲେ ଅହଲ୍ୟା । ଫଳରେ ରୋଷେଇ ଘରେ ଜିଅନ୍ତା ଜଳି ଯାଇଥିଲେ ।
ଘରେ ନିଆଁ ଲାଗିଥିବା ଦେଖିବା ପରେ ପରିବାର ଲୋକ ଏବଂ ଗାଁ ଲୋକ ବଞ୍ଚାଇବା ବହୁତ ଚେଷ୍ଠା କରିଥିଲେ ମଧ୍ୟ ବିଫଳ ହୋଇପ ଡିଥିଲେ । ତେବେ ଅହଲ୍ୟଙ୍କ ସମେତ ଭରତଙ୍କ ଦୁଇ ବଖରା ପୋଡି ପାଉଁଶ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ ମଧ୍ୟ ଆସିବାରେ ବିଳମ୍ବ ହୋଇଥିଲା । ଦମକଳ କର୍ମଚାରୀ ଆସିବା ପରେ ନିଆଁକୁ ଆୟତ କରିଥିଲା ସତ କିନ୍ତୁ ସେତିକି ବେଳକୁ ସବୁ କିଛି ସରି ଯାଇଥିଲା । ଭରତଙ୍କ ଝିଅର ଜୀବନ ସହ ଧନ ପୋଡି ପାଉଁଶ ହୋଇ ଯାଇଥିଲା । ଏବେ ଭରତଙ୍କ ପରିବାର ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ।