ମୁମ୍ବାଇ(ଏଟିଆର ବ୍ୟୁରୋ): ଗତକିଛି ଦିନ ତଳେ ମହାରାଷ୍ଟ୍ର ରାଜନିତୀରେ ଏକ ପ୍ରକାରର ଡ୍ରାମା ଦେଖିବାକୁ ମିଳିଥିଲା । ସମସ୍ତଙ୍କୁ ଚମକାଇ ଏବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ସରଦ ପାୱାରଙ୍କ ପୁତୁରା ଅଜିତ ପାୱାର । ଆସନ୍ତା ୩୦ ତାରିଖରେ ସେ ଉପମୁଖ୍ୟମନ୍ତ୍ରୀ ଭବେ ସେ ଶପଥ ନେବାକୁ ଯାଉଛନ୍ତିି ।
ଶିବସେନା ମୁଖ୍ୟ ଅଜିତ ଠାକରେ ମୁଖ୍ୟମନ୍ତ୍ରୀ ହେବା ପରେ ଅଜିତ ପାୱାର ଉୀପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାର ପ୍ରାୟ ମାସକ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଅଜିତ ପାୱାର । ସୂଚନାଯୋଗ୍ୟ ଏଠାରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଏଠାରେ ବିଜେପିର ଦେବେନ୍ଦ୍ର ଫଡାନାବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପରେ ସଂଖ୍ୟା କମିବାରୁ ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇଥିଲେ । ପରେ କଂଗ୍ରେସ ସହଯୋଗରେ ଏନସିପି ନେତା ଦେବେନ୍ଦ୍ର ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।