ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି କି, ପଡୋଶୀଙ୍କ ଚ୍ୟାଲେଞ୍ଜକୁ ସାମ୍ନା କରୁଛି ଦେଶ । ଗୋଟେ ବର୍ଷରେ ଦେଶ ଏତେ ବପର୍ଯ୍ୟୟ ପୂର୍ବରୁ କେବେ ଦେଖି ନାହିଁ ।
ଏଇ କିଛି ଦିନ ପୂର୍ବରୁ ବାତ୍ୟା ଅମ୍ପାନ ଏବଂ ନିସର୍ଗ ର ସାମ୍ନା କରିଛନ୍ତି ଲୋକେ । ସେହିପରି କିଛି ରାଜ୍ୟରେ ପଙ୍ଗପାଳଙ୍କ ଆତଙ୍କ ତ ପୁଣି ଆଉ କିଛି କ୍ଷେତ୍ରରେ ଭୁକମ୍ପର ଝଟକା । ଏହି ସମସ୍ତ ବପପର୍ଯ୍ୟ ମଧ୍ୟରେ ପଡୋଶୀ ଦେଶ ସହ ଚାଲିଥିବା ବିବାଦର ଚ୍ୟାଲେଞ୍ଜକୁ ସାମ୍ନା କରୁଛି ଦେଶ ।
ଆମ ବୀର ଯୱାନ ଦେଖାଇ ଦେଇଛନ୍ତି କି ସେମାନେ କଦାପି ଭାରତ ମାତାକୁ ଆଘାତ ଲାଗିବାକୁ ଦେବେ ନାହିଁ । ଲଦାଖରେ ସହିଦ ହୋଇଥିବା ୨୦ ସେନା ଦେଖାଇ ଦେଇଛନ୍ତି କି ଯିଏ ବି ଭାରତ ଆଡକୁ ଆଖି ଉଠାଇ ଦେଖିବ, ତାର କଡା ଜବାବ ଦିଆଯିବ । ସହିଦ ବଳିଦାନ ପାଇଁ ଆଜି ଦେଶ ଗର୍ବିତ ।