ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଧ୍ୟପ୍ରଦେଶର ସିଦ୍ଧି ରେ ମଙ୍ଗଳବାର ହୋଇଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୫୦ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏନେଇ ଆଜି ସିଦ୍ଧିର ଜିଲ୍ଲାଧିକାରୀ ରବିନ୍ଦ୍ର କୁମାର ଚୌଧରୀ ସୂଚନା ଦେଇଛନ୍ତି ।
ସିଦ୍ଧିରୁ ସତନା ଯାଉଥିବା ବସ୍ ଟି ପାଖାପାଖି ୮୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ସାରିଥିଲା । ଏହାପରେ ଅନିୟନ୍ତ୍ରିତ ଯୋଗୁଁ ବସ୍ ଟି ବାରଣାସୀ କେନାଲକୁ ଖସିପଡିଥିଲା । ମିଳିଥିବା ଖବର ମୁତାବକ, କିଛି ଲୋକ ପହଁରା ଜାଣିଥିବାରୁ ସେମାନେ ପହଁରି ନିଜ ଜୀବନ ବଞ୍ଚେଇ ପାରିଥିଲେ । ବସ୍ ରେ ମୋଟ ୫୭ ଜଣ ଯାତ୍ରା କରୁଥିଲେ ।
ଅନ୍ୟପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଶୋକ ବ୍ୟକ୍ତ କରି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ରିଲିଫ୍ ଫାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଦେବା ପାଇଁ ମଞ୍ଜୁରୀ ଦେଇଛନ୍ତି ।