ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଛତିଶଗଡରେ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଉଦଘାଟନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେଠାରେ ସେ ଜନସାଧାରଣଙ୍କୁ ସମ୍ବନ୍ଧିତ କରିବା ସହିତ କେନ୍ଦ୍ର ସରକାରଙ୍କ ଉପରେ ହମଲା କରିଛନ୍ତି । ସେ କାହାରି ନାଁ ଉଚ୍ଚାରଣ ନକରି କହିଛନ୍ତି କି ଭାଇକୁ ଭାଇ ସହ ଲଢେଇ କରି ବିକାସ ହୋଇପାରିବ ନାହିଁ ।
ରାହୁଲ ଗାନ୍ଧୀ କହିଛନ୍ତି କି, କୃଷକଙ୍କ ଆତ୍ମହତ୍ୟା, ଅର୍ଥବ୍ୟବସ୍ଥା, ବେରୋଜଗାରୀଙ୍କ ବିଷୟରେ ଆପଣଙ୍କୁ ସବୁକିଛି ଜଣା । ଆଦିବାସୀ ଏବଂ ପଛୁଆ ଶ୍ରେଣୀର ଲୋକଙ୍କୁ ବିନା ସାମିଲ କରି ଅର୍ଥବ୍ୟବସ୍ଥା ସୁଧାର ଯାଇ ପାରିବ ନାହିଁ । ଆମ ସମସ୍ତଙ୍କୁ ଏକତ୍ର ହେବାକୁ ପଡିବ । ଯେପର୍ଯ୍ୟନ୍ତ ଭାରତୀୟଙ୍କ ସ୍ୱର ଲୋକସଭା ଏବଂ ରାଜ୍ୟସଭାରେ ଶୁଣାଯିବ ନାହିଁ, ସେପର୍ଯ୍ୟନ୍ତ ଅର୍ଥବ୍ୟବସ୍ଥାର ସ୍ଥିତିକୁ ନେଇ କିଛି କରାଯାଇ ପାରିବ ନାହିଁ ।
ସୂଚନାଯୋଗ୍ୟ, ରାୟପୁରର ସାଇନ୍ସ କଲେଜ ମଇଦାନରେ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ଡିସେମ୍ବର ୨୭ ରୁ ୨୯ ତାରିଖ ଯାଏଁ ଆୟୋଜିତ ହେବ । ଯେଉଁଥିରେ ଆଦିବାସୀ ସଂସ୍କୃତି ଏବଂ ଅସ୍ମିତାର ଝଲକ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ଏହି ଆଦିବାସୀ ମହୋତ୍ସବ ଛତିଶଗଡ ଅୟୋଜିତ କରାଯାଉଛି ।