ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନୂଆବର୍ଷକୁ ଫିକା କରି ପାରେ ବର୍ଷା । ସମଗ୍ର ଦେଶରେ ଏବେ ଶୀତର ପ୍ରକୋପ ଅନୁଭୂତ ହେଉଛି । ଶୀତର ପ୍ରକୋପରୁ ଓଡିଶା ମଧ୍ୟ ବର୍ତ୍ତ ପାରିନାହିଁ । ଅସହ୍ୟ ଶୀତରେ ଥରୁଛି ସମଗ୍ର ଓଡିଶା । ରାଜ୍ୟରେ ପାଗ କୋହଲା ରହିବା ସାଙ୍ଗକୁ ପ୍ରବଳ ଶୀତ ମଧ୍ୟ ଅନୁଭୂତ ହେଉଛି । ତେବେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ରାଜ୍ୟରେ ନୂଆବର୍ଷ ପର୍ଯ୍ୟନ୍ତ ପାଗ କୋହଲା ରହିବ । ଏହା ସହ ଜାନୁଆରୀ ୧ରୁ ୪ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର – ପଶ୍ଚିମ ଓଡିଶାରେ ନୂଆବର୍ଷରେ ହୋଇପାରେ ବର୍ଷା । ସାରା ରାଜ୍ୟରେ ୨ରୁ ୪ ପର୍ଯ୍ୟନ୍ତ କିଛି ପରିମାଣରେ ବର୍ଷା ହୋଇପାରେ ।
ତେବେ ୧୧ଜିଲ୍ଲାରେ ବର୍ତ୍ତମାନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୫ଟି ଜିଲ୍ଲା ପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସିଭିୟର କୋଲ୍ଡ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୫ଟି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, କେଉଁଝର, ବାଲେଶ୍ୱର, ମୟୂରଭଞ୍ଜ, ଦେବଗଡ । ଏହି ସବୁ ଜିଲ୍ଲାରେ ସତର୍କ ରହିବାକୁ ସୂଚନା ପ୍ରଦାନ କରାଯାଇଛି । ସେହିପରି କୋଲ୍ଡ ୱେଭ ୱାର୍ଣ୍ଣଂ ୧୮ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଛି । ବର୍ଷା ହେଲେ ତାପମାତ୍ରା ଆହୁରୀ କମିବାର ମଧ୍ୟ ସମ୍ଭାବନା ରହିଛି ।