ଅନେକ ଲୋକଙ୍କର ପ୍ରିୟ ଖାଦ୍ୟ ହେଉଛି ଚିକେନ । କାରଣ ଆପଣମାନେ ଦେଖିଥିବେ ଏହା ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ର୍ରିୟ ହୋଇଥାଏ । ବଜାରରେ ଚିକେନର ଭିନ୍ନ ଭିନ୍ନ ଆଇଟମ ଉପଲବ୍ଧ ଦେଖିବାକୁ ମିଳେ । ପସନ୍ଦ ଅନୁଯାୟୀ ଚିକେନରେ ପ୍ରସ୍ତୁତ ଆଇଟମ ସେମାନେ ଖାଇଥାନ୍ତି । ଗୋଟିଏ ପଟେ ଅନେକ ବ୍ୟକ୍ତି ବିଶେଷ ମସଲାଯୁକ୍ତ ଚିକେନ ଖାଇ ରୋଗକୁ ନିମନ୍ତ୍ରଣ କରିଥାଆନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଶରୀର ପାଇଁ ସିଝା ଚିକେନ କେତେ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଚିକେନର ଉପକାରିତା ବିଷୟରେ ।
ଦୁଶ୍ଚିନ୍ତାରୁ ମୁକ୍ତି: ଚିକେନରେ ଅଧିକ ମାତ୍ରାରେ ଫସଫରସ ଏବଂ କ୍ୟାଲସିୟମ ଥିବା ଯୋଗୁ ଏହା ହାଡକୁ ଶକ୍ତ ରଖିଥାଏ ।
ହୃଦୟରୋଗରୁ ମୁକ୍ତି: ଚିକେନରେ ଭିଟାମିନ୍ ବି-୬ ବହୁଳ ମାତ୍ରାରେ ଥିବାରୁ ଏହା ହୃଦୟ ରୋଗରୁ ମୁକ୍ତି ଦେଇଥାଏ । ଶରୀରରେ ହେମୋସିଷ୍ଟାଇନ୍ ବଢିବା ଦ୍ୱାରା ହୃଦୟ ରୋଗ ହେବାର ଆଶଙ୍କା ଅଧିକ ଥାଏ ।
କର୍କଟ ରୋଗରୁ ମୁକ୍ତି: ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ, ଯେଉଁ ବ୍ୟକ୍ତି କିଶୋରାବସ୍ଥାରେ ଚିକେନ କିମ୍ବା ମାଛ ଅଧିକ ମାତ୍ରାରେ ଖାଇଥାନ୍ତି । ସେମାନଙ୍କୁ କର୍କଟ ରୋଗ ହେବାର ଆଶଙ୍କା ଖୁବ୍ କମ୍ ଥାଏ ।
ପାଚନ ପ୍ରକ୍ରିୟା ମଜବୁତ: ଥଣ୍ଡା କିମ୍ବା ଜ୍ୱର ହେଲେ ଅନେକ ଲୋକ ଚିକେନ ସୁପ୍ ପିଇଥାନ୍ତି । କାରଣ ଏହି ସୁପ୍ ର ବାମ୍ଫରେ ନାକ, ଗଳା ଇତ୍ୟାଦି ଠିକ୍ ହୋଇଥାଏ । ଏହାଛଡା ପାଚନ ପ୍ରକ୍ରିୟା ମଧ୍ୟ ସଠିକ୍ ଭାବେ ପରିଚାଳିତ ହୋଇଥାଏ ।
ଦାନ୍ତ ମଜବୁତ: ଚିକେନରେ ଫସଫରସ ଅଧିକ ମାତ୍ରାରେ ରହିଥିବାରୁ ଏହା ଦାନ୍ତ ଶକ୍ତ ରଖିଥାଏ । ତାହା ସହିତ ଯକୃତ, ବୃକକ ଏବଂ ସମସ୍ତ ଶୀରା ପ୍ରଶୀରା ସଠିକ୍ ଭାବେ କାମ କରିଥାଏ ।
ଦୃଷ୍ଟିଶକ୍ତି ବୃଦ୍ଧି: ଚିକେନରେ ଥିବା ରେଟିନୋଲ, ଆଲଫା, ବିଟାକେରୋଟିନ୍, ଲାଇକୋପିନ୍, ଭିଟାମିନ୍-ଏ ଇତ୍ୟାଦି ଦୃଷ୍ଟି ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।