ପୁରୀ (ଏଟିଆର ବ୍ୟୁରୋ): ଆଉ ଗୋଟିଏ ଦିନ ପରେ ପଡିବ ନୂଆବର୍ଷ । ଏଥିପାଇଁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି । ନୂତନ ବର୍ଷର ଆଗମନରେ ମହାପ୍ରଭୁଙ୍କର ଦର୍ଶନ କରିବା ସହ ଆର୍ଶୀବାଦ ନେବା ପାଇଁ ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ । ଏଥିପାଇଁ ସଜେଇ ହେଲାଣି ଶ୍ରୀକ୍ଷେତ୍ର ପୁରୀ । ନୂଆବର୍ଷରେ ଅଧିକ ସଂଖ୍ୟକ ଭକ୍ତ ପୁରୀଙ୍କୁ ଆସିବାରୁ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସଜେଇ ହୋଇଛି ପୁରୀ । ଶ୍ରୀମନ୍ଦିର ଚତୁପାଶ୍ୱର୍ ୭୫ମିଟର ଉଚ୍ଛେଦ କରାଯିବା ପରେ ଶ୍ରୀମନ୍ଦିର ସମ୍ମୁଖକୁ ସଜା ହୋଇଛି ।
ଶ୍ରୀମନ୍ଦିରର ଚତୁପାର୍ଶରେ ବିଭିନ୍ନ ଗଛ ଲଗାଯାଇଥିବା ବେଳେ ରାତିରେ ଶ୍ରୀମନ୍ଦିରକୁ ଆକୃଷ୍ଟ କରିବା ପାଇଁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାସଜ୍ଜା ହୋଇଛି । ସେହିଭଳି ଶ୍ରୀମନ୍ଦିର ସମ୍ମୁଖରେ ଭଳି କି ଭଳି ଝୋଟି ଅଙ୍କା ଯାଇଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଭକ୍ତମାନେ କିପରି ସୁରକ୍ଷିତ ଦର୍ଶନ କରିପାରିବେ ସେଥିପାଇଁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡର ବ୍ୟବସ୍ଥା ମଧ୍ୟ କରାଯାଇଛି । ବ୍ୟାରିକେଡ ଗୁଡିକ ଦେଇ ଭକ୍ତମାନେ ଯିବା ସମୟରେ ସେଠାରେ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଗଲା ବେଳେକୁ ଗୋଡ ଧୋଇ ପ୍ରବେଶ କରିବା ପାଇଁ ସ୍ୱୟଂଚାଳିତ ପାଣି ମେସିନର ବ୍ୟବସ୍ଥା କରାଯାଇଛି ।
ଯାହାଦ୍ୱାରା ଭକ୍ତ ମାନେ ଆଉ ଗୋଡ ଧୋଇବା ପାଇଁ ଦୂରବାଟକୁ ଯିବାକୁ ପଡିବନାହିଁ । ଏହି ସ୍ୱୟଂଚାଳିତ ପାଣି ମେସିନଟିକୁ ବିଳମ୍ବିତ ରାତିରେ ଲଗା ହୋଇଛି । ସେପଟେ ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ୬୫ ପ୍ଲାଟୁନ ପୋଲଇସ ଫୋର୍ସ ସହ ୨୭୬ଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଏହା ବ୍ୟତିତ ଅତ୍ୟାଧବକ ସିସିଟିଭି ମଧ୍ୟ ଲଗାଯାଇଛି ।