ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଅସମ୍ଭାଳ ତାତି । ଡହଡହ ଖରା ସାଙ୍ଗକୁ ପ୍ରବଳ ଗରମରେ ସିଜୁଛନ୍ତି ରାଜ୍ୟବାସୀ । ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ୪୦ ଡିଗ୍ରୀ ଉପରେ ରହିଛି ୭ଟି ସହର । ଟିଟଲାଗଡ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ।
ଆସନ୍ତା ଏପ୍ରିଲ ୨ ତାରିଖ ଯାଏଁ ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି । ଉପକୂଳ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ହିଟ୍ ୱେଭ ସ୍ଥିତି ଦେଖାଦେବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।