ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ଏକ କ୍ୟାମ୍ପେନ୍ ଲଞ୍ଚ କରିଛନ୍ତି । #IndiaSupportsCAA ଲେଖି ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ମୋଦି ଲୋକଙ୍କୁ ଅପିଲ କରିଛନ୍ତି ।
ସେ କହିଛନ୍ତି କି, ନମୋ ଆପ୍ ର ଭଲ୍ୟୁଣ୍ଟିୟର ମଡ୍ୟୁଲ ର ଭାଇସ ସେକ୍ସନରେ ମଜାଦାର କଣ୍ଟେଟ, ଗ୍ରାଫିକ୍ସ ଏବଂ ଅନ୍ୟକୁ ଦେଖାଇବା ପାଇଁ ଏହି ହାସଟ୍ୟାଗ୍ ଦେଖନ୍ତୁ । ସିଏଏ ପାଇଁ ନିଜର ସମର୍ଥନ ଜଣାଇବା ଲାଗି ହାସଟ୍ୟାଗ ବ୍ୟବହାର କରନ୍ତୁ ।
ସବୁଠାରୁ ବଡ କଥା ହେଉଛି ନାଗରିକତା ଆଇନକୁ କଂଗ୍ରେସ, ଟିଏମସି ସମେତ ଅନ୍ୟ ବିପକ୍ଷ ଦଳ ପକ୍ଷରୁ ବିରୋଧ କରାଯାଉଛି । ଦିଲ୍ଲୀ, ୟୁପି, ପଶ୍ଚିମବଙ୍ଗ, ବିହାର, ଆସାମ ଏହି ଆଇନ ବିରୋଧରେ ଜୋରଦାର ପ୍ରଦର୍ଶନ ହୋଇଥିଲା । କେବଳ ଏତିକି ନୁହେଁ ଏହି ଆଇନ ବିରୋଧ ପ୍ରଦର୍ଶନରେ ୟୁପିରେ ୧୯ ଲୋକଙ୍କ ମୃତ୍ୟୁ ହୋଇଯାଇଛି ।