ଭୁବନେଶ୍ୱର(ଏଟିଆର ବ୍ୟୁରୋ): ୧୪ ଫେବୃୟାରୀ ୨୦୧୯ । ଏହି ଦିନ ଥିଲା ଭାରତ ପାଇଁ ଏକ ଅଶୁଭ ଦିନ । ଏହି ଦିନ ପୁଲୱାମାରେ ପାକିସ୍ତାନର ଜଣେ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ କରି ସିଆରପିଏଫ ଟ୍ରକକୁ ଉଡାଇ ଦେଇଥିଲା । ଏହି ଆତ୍ମଘାତୀ ବିସ୍ଫୋରଣରେ ୪୬ ଜଣ ସିଆରଫିଏଫ ଯବାନ ଶହିଦ୍ ହୋଇଥିଲେ । ଯେଉଁ ମାନଙ୍କ ମଧ୍ୟରେ ୨ ଜଣ ଓଡିଆ ଯବାନ ଥିଲେ । ୧୯୮୯ ପରେ ଏହା ଥିଲା ଭାରତୀୟ ସେନାବାହୀନୀ ଉପରେ ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ । ଯାହାର ପାଲଟା ଜବାବ ଦେଇଥିଲା ଭାରତୀୟ ବାୟୁସେନା । ୨୦୧୯ ଫେବୁୟାରୀ ୨୬ରେ ଭାରତିୟ ବାୟୁ ସେନା ପକ୍ଷରୁ ପାକିସ୍ତାନର ବାଲାକୋର୍ଟ ଉପରେ ଏୟାର ଷ୍ଟ୍ରାଇକ କରାଯାଇଥିଲା । ଏଥିରେ ବହୁ ଆତଙ୍କ ବାଦୀ ନିହତ ହୋଇଥିବାର ସୂଚନା ମିଳେ ।
ସାଧାରଣ ନିର୍ବାଚନ-
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିଲା ସାଧାରଣ ନିର୍ବାଚନ । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୩୫୩ ଟି ସିଟରେ ବିଜୟ ଲାଭ କରିଥିଲା । ଏହା ସହିତ ନରେନ୍ଦ୍ର ମୋଦି ଦ୍ୱିତୀୟଥର ପାଇଁ ସରକାର ଗଢିଥିଲେ । ଅନ୍ୟପଟେ ଓଡିଶାରେ ବିଜୁଜନତା ଦଳ ୧୧୨ ଟି ସିଟରେ ବିଜୟ ଲାଭ କରି ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ରାଜ୍ୟ ସରକାର ଗଢିଥିଲେ ।
ଚନ୍ଦ୍ରଯାନ-୨-
ଚନ୍ଦ୍ରଯାନ-୧ର ସଫଳତା ପରେ ଭାରତୀୟ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ପକ୍ଷରୁୁ ଚନ୍ଦ୍ରଯାନ-୨ର ପରିକଳ୍ପନା କରାଯାଇଥିଲା । ୨୨ ଜୁଲାଇରେ ୨ଟି ୪୩ ମିନିଟ ସମୟରେ ରକେଟ ଜିଏସଏଲଭି ଏମକେ-୩ ସହାୟତାରେ ଚନ୍ଦ୍ରାଯାନ-୨ କୁ ଭୂପୃଷ୍ଠରୁ ଚନ୍ଦ୍ରପୃଷ୍ଟକୁ ପ୍ରକ୍ଷେପଣ କରାଯାଇଥିଲା । ଯୋଜନା ଅନୁସାରେ ସେପ୍ଟେମ୍ଭର ୨ ତାରିଖ ଦିନ ବିକ୍ରମ ଲ୍ୟାଣ୍ଡର ମୁନ ଅର୍ବିଟରରୁ ଅଲଗା ହୋଇଥିଲା । ହେଲେ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ବିକ୍ରମ ଲ୍ୟାଣ୍ଡରରୁ ଇସ୍୍େରାର ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ଫଳରେ ବିକ୍ରମ ଲ୍ୟାଣ୍ଡର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ତେବେ ଚନ୍ଦ୍ରଯାନ-୨କୁ ଇସ୍ରୋ ପକ୍ଷରୁ ୯୫% ସଫଳ ହୋଇଥିବାର ସୂଚନା ରହିଛି ।
ରାମ ମନ୍ଦିର-
ଦୀର୍ଘ ୭୦ ବର୍ଷରୁ ଅଧିକ ଧରି ଚାଲିଥିବା ରାମ ମନ୍ଦିର ବିବାଦ ଉପରେ ସୁପ୍ରିମ କୋର୍ଟ ନଭେମ୍ବର ୯ ତାରିଖରେ ରାୟ ପ୍ରକାଶ କରିଥିଲେ । ସୁପ୍ରିମ କୋର୍ଟରଙ୍କର ରାୟ ଅନୁସାରେ ସେଠାରେ ଏକ ରାମମନ୍ଦିର ନିର୍ମାଣ କରାଯିବ । ଏହା ସହ ସୁନ୍ନୀ ସ୍ୱାକ ବୋର୍ଡକୁ ସରକାର ଅଯୋଧ୍ୟାର ଏକ ଉନ୍ନତ ସ୍ଥାନରେ ମସଜିଦ ନିର୍ମାଣ ଲାଗି ୫ ଏକର ଯାଗା ପ୍ରଦାନ କରିବେ ।
ପ୍ରିୟଙ୍କା ରେଡି-
ନଭେମ୍ବର ୨୯ ତାରିକରେ ହାଦ୍ରାବାଦର ସାହାଦନଗର ଚତନପଲ୍ଲି ବ୍ରିଜ ନିକଟରୁ ଏକ ମୃତ ଦେହ ଉଦ୍ଧାର କରାଯାଇଥିଲା । ଯେଉଁ ମୃତ ଦେହଟି ଡାକ୍ତର ପ୍ରିୟଙ୍କା ରୋଡିଙ୍କର ଥିଲା । ପ୍ରୟଙ୍କାକୁ ଗଣଦୁଷ୍କର୍ମ ପରେ ନିଆଁ ଲଗାଇ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ନେଇ ସାରା ଭାରତରେ ଦୁଷ୍କର୍ମକାରୀଙ୍କୁ ଧରି ଫାଶୀ ଦଣ୍ଡ ଦିଆଯାଉ ବୋଲି ଆନ୍ଦୋଳନ କରାଯାଇଥିଲା । ତେବେ ହାଇଦ୍ରବାଦ ପୋଲିସ ଦ୍ୱାରା ୪ ଜଣ ରାକ୍ଷାଶଙ୍କୁ ଏନକାଉଣ୍ଟର କରାଯାଇଥିଲା ।
୩୭୦ ଦାରା ଉଚ୍ଛେଦ-
ଜାମ୍ମୁ ଓ କାଶ୍ମୀରରୁ ୩୧ ଅକ୍ଟେବର ୨୦୧୯ରେ କେନ୍ଦ୍ର ସରକାର ଧାରା ୩୭୦କୁ ଉଚ୍ଛେଦ କରିଥିଲେ । ଏହା ସହ ଏହି ଜାମ୍ମୁ ଓ କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରିଥିଲେ । ଏହା ପରେ ପାକିସ୍ତାନ ବିଚଳିତ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ବହୁ ବୟାନ ବାଜି କରିଥିଲା । ଜାମ୍ମୁ-କାଶ୍ମୀରରେ ଶାନ୍ତି ବଜାଇ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ସେଠାରେ ୭ ହଜାରରୁ ଅଧିକ ପାରାମିଲିଟାରି ଯାବନା ମାନଙ୍କୁ ମୁତୟନ କରିବା ସହ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିଲା । ନିକଟରେ ଯବାନ ମାନଙ୍କୁ ସେଠାରୁ କଢାଯାଇ ଇଣ୍ଟରନେଟ ସୁବିଧା ପୁଣି ଆରମ୍ଭ କରାଯାଇଛି ।
ସିଏବି-
୧୯୫୫ ନାଗରକିତା ନିୟମକୁ ସଂଶୋଧନ କରି ୨୦୧୯ ନାଗରକିତା ସଂଶୋଦନ ନିୟମ କେନ୍ଦ୍ର ସରକାର ଆଣିଥିଲେ । ଏହାକୁ ଲୋକ ସଭା ଓ ରାଜ୍ୟ ସଭାରେ ପାରିତ ହୋଲା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରି ଦେବା ପରେ ଏହା ଆଇନରେ ପରିଣତ ହୋଇଥିଲା । ଏହି ନିୟମକୁ ନେଇ ଉତ୍ତର-ପୂର୍ବ ଭାରତରେ ହିସାଂ ଦେଖିବାକୁ ମିଳିଥିଲା । ତେବେ ଏହା ସହ ଭାରତର ବିଭିନ୍ନ ରାଜ୍ୟରେ ହିଂସା ଦେଖିବାକୁ ମିଳିଥିଲା । ନାରିକତା ନିୟମକୁ ସଂଶୋଧନ କରାଯାଇ ପାକିସ୍ତାନ, ବଙ୍ଗଳାଦେଶ ଓ ଆଫାଗାନିସ୍ତାନର ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପାଇଁ ପଥ ପ୍ରସ୍ତୁତ କରିଥାଏ । ୨୦୧୪ ଡିସେମ୍ବର ୩୧ ଆଗରୁ ଭାରତରେ ପ୍ରବେଶ କରିଥିବା ଓ ନିଜ ମୂଳ ଦେଶରେ \”ଧର୍ମଗତ ଅତ୍ୟାଚାର ସହିଥିବା ବା ଧର୍ମଗତ ଅତ୍ୟାଚାରର ଭୟ ଥିବା\” ବିଧେୟ । ଏହି ନିୟମ ସଂଖ୍ୟାଲଘୁମାନଙ୍କ ପାଇଁ ନାଗରିକତାର ଆବଶ୍ୟକତାକୁ କୋହଳ କରି ୧୧ ବର୍ଷରୁ ୫ ବର୍ଷ କରିଥିଲା
ଫନି-
ମଇ ୩ ତାରିଖ ଦିନ ଏକ ଘୁର୍ଣ୍ଣି ବାତ୍ୟା ପୁରୀ ସ୍ଥଳ ଭାଗରେ ମାଡ ହୋଇଥିଲା । ଧୀରେ ଧୀରେ ଏହା ଉତ୍ତର ଆଡକୁ ଗତି କରିଥିଲା । ଏହି ବାତ୍ୟାର ନାଁ ଫନି ରକାଯାଇଥିଲା । ବାତ୍ୟା ଫନୀ ପୁରୀ ସ୍ଥଳ ଭାଗ ଛୁଇବା ମାତ୍ରେ ୧୭୦ରୁ ୨୦୦ କିଲୋମିଟର ପ୍ରତିଘଣ୍ଟା ବେଗରେ ପବନ ବହିଥିଲା । ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଆଦି ଜିଲ୍ଲାରେ ଭୀଷଣ ପବନ ଓ ବର୍ଷା ଲଗି ରହିଥିଲା । ଫନି ବାତ୍ୟାର ପ୍ରଭାବରେ ଓଡିଶାର ୧୪ଟି ଜିଲ୍ଲା ମୋଟ ୧ କୋଟି ୫୦ଲକ୍ଷ ୯୪ ହଜାର ୩୨୧ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୫ ଲକ୍ଷ ୮ ହଜାର ୪୬୭ଟି ଘର ଭାଙ୍ଗି ଯାଇଥିଲା । ଫନି ପ୍ରଭାବରେ ଓଡିଶାରେ ସେସୁ ଶକ୍ତି ବିଭାଗ ୧୨୦୦ କୋଟି ଟଙ୍କାର କ୍ଷତି ହୋଇଥିଲା ।