ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ବିଗ ବି ଅମିତାଭ ବଚ୍ଚନ । ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଗ ବି ଅମିତାଭଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ସୋମବାର ଦିନ ଆୟୋଜିତ ହୋଇଥିବା ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ ଅସୁସ୍ଥତା କାରଣରୁ ଅମିତାଭ ଯୋଗ ଦେଇପାରି ନଥିଲେ । ତେବେ ଏହି ପୁରସ୍କାର ପ୍ରଦାନ ନିମନ୍ତେ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିତାଭଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
T 3592/3/4/5 – .. my immense gratitude and respect for this moment ..🙏 pic.twitter.com/WavW3Hwkjw
— Amitabh Bachchan (@SrBachchan) December 29, 2019
ପୁରସ୍କାର ଗ୍ରହଣ ପରେ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଚଳଚ୍ଚିତ୍ର ଜଗତ, ଦର୍ଶକ, ସମର୍ଥକ ଓ ଭାରତ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହି ପୁରସ୍କାର ଗ୍ରହଣ କରିବା ମାନେ ନୁହେଁ କି ସେ ଅବସର ଗ୍ରହଣ କରୁଛନ୍ତି । ବଂର ତାଙ୍କର ଆହୁରୀ କିଛି କାମ ବାକି ଅଛି, ଏବଂ ତାହାକୁ ସମାପ୍ତ କରିବାକୁ ହେବ । ଭାରତୀୟ ସିନେ ଜଗତରେ ଦାଦା ସାହେବ ଫାଲେକେ ପୁରସ୍କାର ସବୁଠାରୁ ବଡ ସମ୍ମାନ ରୂପେ ପରିଚିତ । ତେବେ ବିଗ ବି ଅମିତାଭଙ୍କୁ ସମ୍ମାନ ଭାବେ ଏକ ସ୍ୱର୍ଣ୍ଣ କମଳ, ଏକ ସାଲ୍ ଓ ୧୦ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।