ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂର୍ବତନ ରାଜ୍ୟସଭା ସଦସ୍ୟ ଏ.ଭି ସ୍ୱାମୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ନୂଆପଡା ଖରିଆର ରୋଡସ୍ଥିତ ନିଜର ବାସଭବନ ଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି । ଏ.ଭି ସ୍ୱାମୀଙ୍କ ପରଲୋକକୁ ନେଇ ବହୁ ରାଜନୈତିକ ବ୍ୟକ୍ତି ମାନେ ଶୋକ ପ୍ରକାଶ କରିଛନ୍ତି ।
ଏ.ଭି ସ୍ୱାମୀ ୪ ଏପ୍ରିଲ ୨୦୧୨ ରୁ ୩ ଏପ୍ରିଲ ୨୦୧୮ ଯାଏ ରାଜ୍ୟସଭା ସଦସ୍ୟ ଥିଲେ । ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ଏ.ଭି ସ୍ୱାମୀ ୧୯୨୯ ମସିହା ଜୁଲାଇ ୧୮ ତାରିଖରେ ନବରଙ୍ଗପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ୨ଟି ପୁଅ, ୩ଟି ଝିଅ ଅଛନ୍ତି ।