ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସକାଳର ଖରାପ ଶୁଭାରମ୍ଭରୁ ମଧୁମେୟର ବିପଦ ବଢିପାରେ । ମଧୁମେୟ ରୋଗୀଙ୍କୁ ନିଜ ଖାଦ୍ୟ-ପେୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ । କିନ୍ତୁ ଏହାଠାରୁ ସବୁଠାରୁ ଅଧିକ ଜରୁରୀ ସକାଳର ଆରମ୍ଭରେ ଖାଦ୍ୟ ପେୟ ଠିକ୍ ସେ ନକରିବା ଦ୍ୱାରା ବ୍ଲଡ ସୁଗାର ମାତ୍ରା ଅନିୟନ୍ତ୍ରିତ ହୋଇଥାଏ । ଏହାଦ୍ୱାରା ମୋଟାପଣ ବଢିବାରେ ଆଶଙ୍କା ବଢିଥାଏ । ମଧୁମେୟ ରୋଗୀଙ୍କଠାରେ କାର୍ବୋହାଇଡ୍ରେଟର ମୋଟାବଲିଜିମ୍ କରିବାର କ୍ଷମତା କମ୍ ହୋଇଯାଇଥାଏ । ସେଥିପାଇଁ ଉଚ୍ଚ ରକ୍ତଚାପ ହୋଇଥାଏ ।
ସେଥିପାଇଁ ସେମାନଙ୍କୁ କାର୍ବୋହାଇଡ୍ରେଟ ସ୍ଥାନରେ ଅଧିକ ପ୍ରୋଟିନ୍ ନେବା ପାଇଁ କୁହାଯାଇଥାଏ । ତେବେ ଆସନ୍ତୁ ଜାଣିବା ନିଜକୁ ସୁସ୍ଥ ରଖିବା ପାଇଁ ସକାଳ ସମୟରେ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ୍ । ସକାଳ ଜଳଖିଆ ନକରିବା ଦ୍ୱାରା ଶରୀର ଭିତରେ ଇଂସୁଲିନ୍ ର ରେସିଷ୍ଟାଣ୍ଟ ବଢିଯାଇଥାଏ । ଏହାବ୍ୟତିତ ମୋଟାବଲିଜିମ୍ ସିଷ୍ଟମ ଉପରେ ପ୍ରଭାବ ପଡିବା ଆରମ୍ଭ ହୋଇଯାଏ । ଶରୀରରେ ମଧୁମେୟର ଲକ୍ଷଣ ଉପୁଜିଥାଏ ଏବଂ ମୋଟାପଣ ର ଶିକାର ହୋଇଥାନ୍ତି ।
ମଧୁମେୟରୁ ରକ୍ଷା ପାଇବା ପାଇଁ ସକାଳ ଜଳଖିଆରେ ଫ୍ୟାଟ ଏବଂ କାର୍ବୋହାଇଡ୍ରେଟ ବଦଳରେ ଅଧିକ ମାତ୍ରାରେ ପ୍ରୋଟିନ୍ ନିଅନ୍ତୁ । ଏଭଳି କରିବା ଦ୍ୱାରା ଶରୀରରେ ହର୍ମୋନ୍ ଇଂସୁଲିନ୍ ରେଟ୍ ବଢିବ ଏବଂ ଆପଣ ଦିନ ସାରା ଉର୍ଜାବାନ ହୋଇ ରହିବେ । ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ପ୍ରୋଟିନ୍ ସହାୟକ ହୋଇଥାଏ । ଏହାସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭରିଲା ପରି ରହିଥାଏ ।
ଅଧିକ ମାତ୍ରାରେ ମିଠା ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ କିନ୍ତୁ ଯେତେବେଳେ ପେଟ ଖାଲି ହୋଇଯାଇଥାଏ ସେହି ସମୟରେ ମିଠା ଖାଇଲେ ଶରୀରରେ ଅଧିକ ଖରାପ ପ୍ରଭାବ ପକାଇଥାଏ । ଖାସ୍ କରି ସକାଳ ସମୟରେ ଖାଲି ପେଟରେ ମିଠା ଖାଇଲେ ଏହା ଶରୀରରେ ଗ୍ଲୁକୋଜ୍ ମାତ୍ରାକୁ ଅଧିକ ବଢାଇ ଦେଇଥାଏ । ଏହାଦ୍ୱାରା ମଧୁମେୟ ବଢିବାର ଆଶଙ୍କା ଥାଏ ।