ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ ସେପ୍ଟେମ୍ବର ମାସରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ କରାଯାଇଛି । ଲୋକ ମାନେ କିପରି ହେଲମେଟ ପିନ୍ଧି, ସିଟ ବେଲ୍ଟ ବାନ୍ଧି ଟ୍ରାଫିକ ନିୟମ ମାନି ଗଡି ଚଲାଇବେ ସେ ନେଇ ବହୁ ସଚେତନତା କାର୍ଯ୍ୟ କରାଯାଉଛି । ତେବେ ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ଜାତୀୟ ରାଜପଥରେ ସିସିଟିଭି ଲଗାଇବା ପାଇଁ ନିଷ୍ପତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଗିରିସୋଲାରୁ ପୁଇଁତଲା ଯାଏ ସିସିଟିଭି ଲଗାଯିବ । ଜାତୀୟ ରାଜପଥର ୫୨ କିମି ପର୍ଯ୍ୟନ୍ତ ସିସିଟିଭି ଲଗାଯିବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଥାଉକି ସଡକ ନିରାପତ୍ତାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟି ଏକ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ନିର୍ଦ୍ଦେଶ ଅନୁଯାୟୀ ମୋବାଇଲରେ ଗପି ଗାଡି ଚଳାଇଲେ ଲାଇସେନ୍ସ ବାତିଲ ହେବ । ଆଜି ଏନେଇ ପରିବହନ କମିସନର ସମସ୍ତ ଆରଟିଓଙ୍କୁ ଚିଠି ଲେଖିବା ସହ ନିମୟ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।