ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଓଲିଉଡ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବୋଧହୁଏ ଅଲ ଇଜ ନଟ ୱେଲ । ସୋସିଆଲ ମିଡିଆରେ ପତି ପତ୍ନୀଙ୍କ ଏମିତି କିଛି ପୋଷ୍ଟ ସେମାନଙ୍କ ଫ୍ୟାନମାନଙ୍କୁ ଅଡୁଆରେ ପକେଇ ଦେଇଛି । ବର୍ଷାଙ୍କ ଗୋଟିଏ କୋହଭରା ପୋଷ୍ଟ ଉପରେ ଏବେ ଲଗାତର କମେଂଟ ପୁରା ଓଲିଉଡରେ ଚହଳ ପକାଇଛି ।
ଅଲଗା ହୋଇଯିବେ କି ଓଲିଉଡର ପାୱାର କପୁଲ ଅନୁଭବ ଓ ବର୍ଷା । କେହି ତ ଜଣେ ଏଂଟ୍ରି ମାରିଛି ଏମାନଙ୍କ ଦାମ୍ପତ୍ୟ ଜୀବନରେ । ଏକଥା ଆମେ କହୁନୁ । ବରଂ ଖୋଦ ଅନୁଭବ- ବର୍ଷାଙ୍କ ସୋସିଆଲ ମଡିଆରେ ପୋଷ୍ଟ କିଛି ଏମିତି ହିଁ ଇସାରା କରୁଛି । ଯିଏ ଜଣଙ୍କର ଭଲ ପାଇବା, ସଚ୍ଚୋଟତା, ତ୍ୟାଗ, ନିରବତା ଆଉ ମନର କଥାକୁ ବୁଝି ପାରୁନାହିଁ ସେହିଭଳି ଲୋକସହ ରହିବାକୁ ବୋକାମୀ ହିଁ କୁହାଯିବ । ଅଭିନେତା କମ ରାଜନେତା ଅନୁଭବ ମହାନ୍ତିଙ୍କ ଏହି ଗୋଟିଏ ପୋଷ୍ଟ ଯାହା ବୟାନ କରୁଛି ଭାଇଜାନ ନିହାତି ଭାବେ କାହା ଉପରେ ପୁରା ଖପ୍ପା ଅଛନ୍ତି । ତେବେ କିଏ ସେହି ଲୋକ? ଯାହା ସହ ରହିବାକୁ ଆନଗତ୍ୟ ନୁହେଁ ବରଂ ବୋକାମୀ ବୋଲି କହିବାକୁ ଚାହିଁଛନ୍ତି ସାଂସଦ । ସେ ଆଉ ବର୍ଷା ନୁହଁନ୍ତି ତ?
ଆମେ ଏହାକୁ ଏଇଥି ପାଇଁ ଏହାକୁ ସଂଯୋଗ ବୋଲି କହୁଛୁ କାରଣ ସାଂସଦଙ୍କ ପତ୍ନୀ ବି ଏହାର ଏକ ପ୍ରକାର ସରଳ ଜବାବ ରଖିଛନ୍ତି । ନିଜ ସୋସିଆଲ ସାଇଟରେ କିଭଳି ସଂପର୍କକୁ ବଂଚାଇ ରଖାଯାଇପାରେ ତାହା ବୁଝାଇଛନ୍ତି ବର୍ଷା । ବର୍ଷା ଲେଖିଛନ୍ତି, ଯଦି ବି ତୁମ ସାଥୀ ସଂପର୍କକୁ ଧ୍ୱଂସ ଏବଂ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ତେବେ ଗୋଟିଏ ସଂପର୍କକୁ ବଂଚାଇ ରଖିବାକୁ ସର୍ବଦା ଚେଷ୍ଟା କର । ଇଗୋ, ଇର୍ଷା, ରାଗ ଏବଂ ସ୍ୱାର୍ଥପରତା ଠାରୁ ଦୂରେଇ ରୁହ । ମିଛ ଅପବାଦ ଆଉ ଅପମାନ ଦେବା ବନ୍ଦ କର । ଗୋଟିଏ ସଂପର୍କକୁ ଭାଙ୍ଗିବା ସହଜ ହେଲେ ଏହାକୁ ବଜାର ରଖିବା କଷ୍ଟକର । ଛଳନା ଓ ପ୍ରତିଶୋଧ ରେ ସମୟ ନଷ୍ଟ କରନାହିଁ । ହସଖୁସିରେ ରୁହ, କ୍ଷମା ଦେବା ଶିଖ । ନିଜେ ବଂଚ ଆଉ ଅନ୍ୟକୁ ବଂଚିବାକୁ ଦିଅ ।
ହେଲେ ଏହା କଣ ସତରେ ଅନୁଭବଙ୍କ ପ୍ରତି ବର୍ଷାଙ୍କ ଆଭିମୁଖ୍ୟ । ଖାଲି ଏହି ଗୋଟିଏ ପୋଷ୍ଟ ନୁହେଁ, ଆଉ ଏକ ପୋଷ୍ଟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଏହି ପୋଷ୍ଟରେ ବିବାହ ଆଉ ଶାଶୁଘର ପ୍ରତି ସଂପର୍କକୁ ବଖାଣିଛନ୍ତି ବର୍ଷା । କହିଛନ୍ତି, ମୋ ସ୍ୱାମୀଙ୍କ ସହ ସଂପର୍କକୁ ମୁଁ ସମ୍ମାନ ଜଣାଉଛି । ମୋ ସ୍ୱାମୀଙ୍କୁ ବହୁତ ଭଲପାଏ । ମୁଁ ତାଙ୍କରି ପାଇଁ ହିଁ ଜନ୍ମ ନେଇଛି । ଆମର ସୁନ୍ଦର ଦାମ୍ପତ୍ୟ ଜୀବନ ପାଇଁ ଆପଣମାନେ ଆଶୀର୍ବାଦ କରନ୍ତୁ । ଆମ ବିବାହକୁ କାହାର ଖରାପ ନଜର ନଲାଗୁ । ଯେ ପର୍ଯ୍ୟନ୍ତ ଆପଣମାନଙ୍କ ଭଲପାଇବା ଆମ ସାଙ୍ଗରେ ଅଛି , ଆମକୁ କେହି ଅଲଗା କରିପାରିବେ ନାହିଁ । ଏ ତମାମ ପୋଷ୍ଟ ସୋସିଆଲ ମିଡିଆ ବ୍ୟବହାରକାରୀ ଆଉ ଅନୁଭବ-ବର୍ଷାଙ୍କ ପ୍ରଶଂସକଙ୍କୁ ଗୋଲକଧନ୍ଦାରେ ପକାଇ ଦେଇଛି । ବାସ୍ତବିକ କଣ ହୋଇଛି ଏମାନଙ୍କ ଭିତରେ? କଣ ସତରେ ଓଲିଉଡର ଏହି ଶୁଆ-ଶାରୀଙ୍କ ଦାମ୍ପତ୍ୟ ଜୀବନରେ କିଛି ଠିକ ନାହିଁ କି ? ଅବଶ୍ୟ ବର୍ଷର୍ାଙ୍କ ଦ୍ୱିତୀୟ ପୋଷ୍ଟରେ ସାଂସଦ ତଥା ସ୍ୱାମୀ ଅନୁଭବ କମେଂଟ ବକ୍ସରେ ଜବାବ ରଖିଛନ୍ତି ।
କଥାରେ କଥାରେ ତାଙ୍କ ପ୍ରତି ବର୍ଷାଙ୍କ ଭଲପାଇବା ଆଉ ବର୍ଷାଙ୍କ ପ୍ରତି ତାଙ୍କ ସମ୍ମାନକୁ ଖୁଲେଆମ ଲେଖିଛନ୍ତିି ଅନୁଭବ । ଯଦିଓ କାହିଁକି କଣ ପାଇଁ ଉଭୟେ ଏମିତି ପୋଷ୍ଟ କଲେ ତାହା ଜଣାପଡିନାହିଁ କିନ୍ତୁ କୁହାଯାଉଛି, ଏମାନଙ୍କ ଭିତରେ କିଛି ତ ଅଛି ! କେହି ତ ଜଣେ ଧସେଇ ପଶି ଆସିଛି ଏହି ହିଟ ଯୋଡିଙ୍କ ରିୟଲ ଲାଇଫରେ ? ହେଲେ କିଏ ସେ ? ବିବାହ ପରେ ଅନୁଭବ ଲଗାତର ସିନେମାରେ ନଜର ଆସୁଥିବା ବେଳେ ବର୍ଷାଙ୍କୁ ସେଭଳି ଦେଖିବାକୁ ମିଳୁନାହିଁ । ସୋସିଆଲ ମିଡିଆରେ ତ ଗୋଟିଏ ଚର୍ଚ୍ଚା, ଏମାନଙ୍କ ଭିତରେ ଅନୁଭବଙ୍କ ସହ ଅଭିନୟ କରୁଥିବା କେହି ଅଭିନେତ୍ରୀ ଆଉ ପଶି ଆସିନାହାଁନ୍ତି ତ ?