ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀରେ ବିଛାଯାଇଥିବା କେବୁଲ ବିଏମସି ପକ୍ଷରୁ କାଟି ଦିଆଯିବାରୁ ଏବେ ତାତିଛନ୍ତି କେବୁଲ ଅପରେଟର । ବିଭିନ୍ନ ସସ୍ଥାର କେବୁଲ ଅପରେଟର ମାନେ ବିଏମସିର ଏହି ପଦକ୍ଷେପକୁ ବିରୋଧ କରି ରାସ୍ଥା ରୋକ କରିଛନ୍ତି । ତେବେ ଏହାକୁ ନେଇ କେବୁଲ ଅପରେଟରଙ୍କ ଅଭିଯୋଗ ରହିଛି କୌଣସି ପ୍ରକାର ବିକଳ୍ପ ବ୍ୟବସ୍ଥା ନଦେଇ ବିଏମସି ଆମର ତାର କାଟି ନେଇ ଯାଇଛି ।
ଜୟଦେବ ବିହାର ଠାରୁ ଚନ୍ଦ୍ରଶେଖରପୁର ପର୍ଯ୍ୟନ୍ତ ତାର କାଟି ନେଇଛି ବିଏମସି । ଏମିତିକି ବିଏମସିସ ପକ୍ଷରୁ କୌଣସି ସୂଚନା ମଧ୍ୟ ଦିଆଯାଇ ନାହିଁ । ପୂର୍ବରୁ ବର୍ଷେ ତଳେ ବିଏମସି ଭୁବନେଶ୍ୱରକୁ ସରସ ସୁନ୍ଦର କରିବା ପାଇଁ ଉପରେ ବିଛା ଯାଇଥିବା କେବୁଲ ତାର କାଟିବାକୁ କହିଥିଲା । ବିକଳ୍ପ ବ୍ୟବସ୍ଥା କରି ତାର କଟାଯିବ ବୋଲି ବିଏମସି ପ୍ରତିଶୃଥି ଦେଇଥିଲା । ଏବେ ବିଏମସି ବିନା ସୂଚନାରେ କେବୁଲ ତାର କାଟି ଦେଇଛି ।