ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସକାଳୁ ସକାଳୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଦକ୍ଷୀଣ-ପଶ୍ଚିମ ରାଜସ୍ଥାନରୁ ଝାଡଖଣ୍ଡ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ଟ୍ରପ୍ ଲାଇନ୍ ଯୋଗୁଁ ଏହି ବର୍ଷା ଆରମ୍ଭ ହୋଇଛି । ଗତକାଲି ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିଲା । ମାତ୍ର ଆଜି ସକାଳୁ ବି କିଛି ସ୍ଥାନରେ ବର୍ଷା ଲାଗି ରହିଛି ।
ଖାସ୍ କରି ରାଜ୍ୟର ଯେଉଁ ଜିଲ୍ଲା ଗୁଡିକରେ ବର୍ଷା ହେବ ସେହି ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, କଟକ, ପୁରୀ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ରାୟଗଡା, କଳାହାଣ୍ଡି, ଗଞ୍ଜାମ, ଗଜପତି, ଅନୁଗୋଳ ଏବଂ କନ୍ଧମାଳ । ଆସନ୍ତା ଦୁଇ ଦିନ ଯାଏଁ ମେଘୁଆ ପାଗ ରହିବ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣି ପାଗ କେନ୍ଦ୍ର ପକ୍ଷରୁ ସଚନା ମିଳିଛି ।