ମୁମ୍ବାଇ (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଇଂରାଜୀ ଶବ୍ଧର କିଛି ନା କିଛି ହିନ୍ଦୀ ଅର୍ଥ ରହିଥାଏ । ମାତ୍ର କିଛି ଶବ୍ଧ ଏଭଳି ଥାଏ, ଯାହାର ହିନ୍ଦୀ ଶବ୍ଧ ଖୋଜିବା ମୁସକିଲ୍ ହୋଇପଡେ । ସେଭଳି ଏକ ଶବ୍ଧ ହେଉଛି ସେଲ୍ଫି, ଏହି ଶବ୍ଧକୁ ହିନ୍ଦୀରେ କ’ଣ କୁହାଯିବ,ହୁଏତ ଏହାର ଅର୍ଥ କିଛି ଲୋକ ଜାଣିଥିବେ । କିନ୍ତୁ ଏହାର ଅର୍ଥ ବଲିଉଡର ବିଗ୍ ବିଙ୍କ ପାଖରେ ବି ରହିଛି । ଆଜ୍ଞା ହଁ ବିଗ୍ ବି ଅମିତାଭ ବଚ୍ଚନ ସେଲ୍ଫିର ହିନ୍ଦୀ ଅର୍ଥ ବିଷୟରେ କହିଛନ୍ତି ।
ସେ ସେଲ୍ଫିର ଅର୍ଥ ବିଷୟରେ କହିବା ସହ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି । ପ୍ରକୃତରେ ସେଲ୍ଫିକୁ ହିନ୍ଦୀରେ କଣ କୁହାଯିବ ସେ ଏହି ଫଟୋର କ୍ୟାପସନ୍ ରେ ଲେଖିଛନ୍ତି ।
T 3599 – .. at times it is worth the while to look into the mirror .. a selfie of the self ..
SELFIE hindi version
व्यतिगत दूरभाषित यंत्र से हस्त उत्पादित स्व चित्रव द य स ह उ स च
वदय सह उसच : pic.twitter.com/0VzRVX3w9B
— Amitabh Bachchan (@SrBachchan) January 2, 2020
ସୂଚନାଯୋଗ୍ୟ, ନିକଟରେ ୭୭ ବର୍ଷିୟ ଅଭିନେତା ଅମିତାଭ ବଚ୍ଚନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରିଛନ୍ତି । ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ତାଙ୍କୁ ପୁରସ୍କୃତ କରାଯାଇଛି ।