ଆଠଗଠ(ଏଟିଆର ବ୍ୟୁରୋ): ଆଠଗଡ ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ଚାଲିଥିବା ପକ୍ଷୀ ଗଣନା ଶେଷ ହୋଇଛି । ଚଳିତ ବର୍ଷ ପ୍ରାୟ ୯୦ ହଜାର ପ୍ରଜାତିର ୨୧୮୨୪ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବାର ଅଠଗଡ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ୫୮ଟି ଟିମ୍ ଏହି ସ୍ୱତନ୍ତ୍ର ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପ୍ରତି ଟିମ୍ ରେ ୬ରୁ ୧୦ ଜଣ ବିଭାଗୀୟ କର୍ମଚାରୀ, ସେଚ୍ଛେସେବୀ, ଗଣମାଧ୍ୟମ ପ୍ରତିନିଧି, ପକ୍ଷୀ ପ୍ରେମୀମାନେ ସାମିଲ ହୋଇଥିଲେ ।
ଆଠଗଡ ବନଖଣ୍ଡର ୫ଟି ରେଞ୍ଜର ବିଭିନ୍ନ ଜଳାଶୟ, ମହାନଦୀ ଜଳଶଯ୍ୟା, ଅଂଶୁପା ହ୍ରଦ ଅଞ୍ଚଳରେ ଏହି ଗଣନା କରାଯାଉଥିଲା । ବିଗତବର୍ଷ ୧୬୬୭୨ଟି ପକ୍ଷୀ ଗଣନା କରାଯାଇଥିଲା । ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାଞ୍ଚ ହଜାରରୁ ଅଧିକ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି । ଏବର୍ଷ ଅଂଶୁପା ହ୍ରଦରେ ୨୦୦୪, ଖୁଣ୍ଟୁଣୀରେ ୫୭୪୧, ବଡମ୍ବାରେ ୫୩୪୦, ଆଠଗଡ ରେଞ୍ଜରେ ୬୨୨୩, ନରସିଂହପୁର ପୂର୍ବରେ ୨୫୦୦ ଏବଂ ନରସିଂହ ପୁର ପଶ୍ଚିମ ରେଞ୍ଜରେ ୨୦୨୦ଟି ପକ୍ଷୀ ଗଣନା କରାଯାଇଥିବାର ଆଠଗଡ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।