ଭୂବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୮୨୦୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ବିଭାଗ ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ରୁ ୨୩ ଜଣ , ବରଗଡ ରୁ ୧୦ ଜଣ , ବଲାଙ୍ଗୀ ରୁ ୨ ଜଣ , ଯାଜପୁର ରୁ ୧୩ ଜଣ ,ନୂଆପଡା ରୁ ୧୩ ଜଣ , ପୁରୀ ରୁ ୧ ଜଣେ , ଗଜପତି ରୁ ୧ ଜଣେ ,କେନ୍ଦ୍ରାପଡା ରୁ ୧୬ ଜଣ , କନ୍ଧମାଳରୁ ୧ , ଝାରସୁଗୁଡା ରୁ ୧୪ ଜଣ , ଲୋଖାଏଁ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨୮୨୦୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୯୧୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୨୩୩୭୮ଜଣ ସୁସ୍ଥ ହୋଇଛନ୍ତି ।