ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ ପରେ ଏବେ ଆମେରିକା ବିପକ୍ଷରେ ଯୁଦ୍ଧ କରିବ ବୋଲି ଚେତାବନୀ ଦେଇଛି ଇରାନ୍ । ଶନିବାର ସକାଳୁ ଜାମକରନ ମଶ୍ଚିଦ ଉପରେ ଲାଲ ରଙ୍ଗର ପତାକା ଉଡାଇ ଯୁଦ୍ଧ ପାଇଁ ଚେତାବନୀ ଦେଇଛି ଇରାନ୍ ।
ଏଭଳି ପତାକା ଉଡାଇବାର ଅର୍ଥ ହେଉଛି ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହନ୍ତୁ ବା ଯୁଦ୍ଧ ଆରମ୍ଭ ହୋଇଯାଇଛି । ପ୍ରକୃତରେ ମସଜିଦ୍ ଉପରୁ ଧାର୍ମିକ ପତାକାକୁ ହଟାଇ ଲାଲ ପତାକା ଲଗାଇବାର ଅର୍ଥ ଏହ ଯୁଦ୍ଧର ସଂକେତ ।
ଲାଲ ପତାକା ଉଡାଇ ଇରାନ ତାର ନାଗରିକଙ୍କୁ ଯୁଦ୍ଧ ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ କହିଛି । ଏଭଳି ସ୍ଥିତି ସେ ପୂର୍ବରୁ କେବେ ଦେଖି ନାହାନ୍ତି । ହୁଏତ , ଏହାକୁ ନଜରରେ ରଖିବା କଥା , କାରଣ ଇରାନ ଏବଂ ଇରାକ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ବି ଲାଲ ପତାକା ଉଡାଯାଇନଥିଲା ।