ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବ ଶୀଘ୍ର ୱାଟସଆପ ତାର ଫିଚରରେ ଆଉ କିଛି ଆଡଭାନସ ଆଡ କରିବାକୁ ଯାଉଛି । ଯାହା ୟୁଜର୍ସଙ୍କୁ ନୂଆକିଛି ଅନୁଭବ ଦେବ । ଏବେ ୱାଟସଆପ ତାର ମେସେଜ ଡିଲେଟ ଫିଚର ଆଣିବାକୁ ଯାଉଛି । ଯେଉଁଥିରେ ୟୁଜର୍ସ ଟାଇମ ସେଟଅପ କରି ମେସେଜ ଡିଲେଟ କରିପାରିବେ । ତେବେ ଏହି ଫିଚରକୁ ନେଇ ୱାଟସଅପ ପକ୍ଷରୁ ଅଧିକ କିଛି ସୂଚନା ଦିଆ ଯାଇନାହିଁ
ଡାର୍କ ମୋଡ- ଏଣ୍ଡ୍ରଏଡ ଏବଂ ଆଇଫୋନ ପାଇଁ ଖୁବ ଶୀଘ୍ର ୱାଟସଆପର ଡାର୍କ ମୋଡ ଆସିବାକୁ ଯାଉଛି । ଯାହା ପାଇଁ ୱାଟସଆପ ଦୀର୍ଘଦିନ ହେଲା କାମ କରି ଆସୁଛି । ଏହି ଫିଚର ଆସିଲେ ରାତିରେ ଆପଣାଛାଏଁ ୱାଟସଅପ ବ୍ୟାକଗ୍ରାଉଣ୍ଡ ଅନ୍ଧାର ହୋଇଯିବ । ଯାହାଫଳରେ ବ୍ୟାଟେରି କମ ଖର୍ଚ୍ଚ ହେବ ।
ଡିସ ଅପରେଟିଙ୍ଗ ମେସେଜ ଫିଚର- ଏହି ଫଡିଚରରେ ମେସେଜକୁ ଟାଇମ ସେଟିଙ୍ଗ ଦ୍ୱାରା ଡିଲେଟ କରିହେବ । ନିର୍ଦ୍ଧାରିତ ସମୟ ପରେ ମେସେଜ ଗୁଡିକ ଆପଣାଛାଏଁ ଡିଲେଟ ହୋଇଯିବ ।