ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟିକଟକ୍ କୁ କଡା ଟକ୍କର ଦେବା ପାଇଁ ଫେସବୁକ୍ ଲଞ୍ଚ କଲା ସର୍ଟ ଭିଡିଓ ମେକିଂ ଆପ୍ । ଯାହାର ନାଁ ରହିଛି କୋଲାବ । କିନ୍ତୁ ଏହି ଆପ୍ ସର୍ବପ୍ରଥମେ ଆମେରିକା ଏବଂ କାନାଡାରେ ଆଇଓଏସ ୟଜର୍ସଙ୍କ ପାଇଁ ଉପଲବ୍ଧ କରାଯିବ । ଏହି ଆପ୍ ମାଧ୍ୟମରେ ଆପଣ ସର୍ଟ ଭିଡିଓ ତିଆରି କରିପାରିବେ । ଏହାସହିତ ଆପଣଙ୍କ ଇଛା ଅନୁଯାୟୀ ମ୍ୟୁଜିକ୍ ବି ପୋଷ୍ଟ କରିପାରିବେ ।
ଫେସବୁକ୍ ର ଏହି କୋଲାବ ଆପ୍ ର ସମସ୍ତ ଫିଚର୍ସ ଟିକଟକ୍ ଭଳି । ସବୁଠାରୁ ଖାସ୍ କଥା ହେଉଛି ଏହି ଆପ୍ ରେ ଆପଣ ଗୀତ ଗାଇ ପାରିବେ । ଆପଣଙ୍କ ଗୋଟେ ସାଙ୍ଗ ଗୀଟାର ବଜାଇ ପାରିବ ଏବଂ ଆଉ ଜଣେ ସାଙ୍ଗ ମ୍ୟୁଜିକ ଦେଇ ପାରିବ ।
କୋଲାବ ଜରିଆରେ କରାଯାଇଥିବା ଭିଡିଓକୁ ଆପଣ ଆପଣଙ୍କ ସୋସିଆଲ ମିଡିଆରେ ସେୟାର କରିପାରିବେ । ଏହି ଆପ୍ ରେ ସେଭ୍ ଟୁ କ୍ୟାମେରା ରୋଲ ଫିଚର ବି ରହିଛି ।