ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଟଙ୍କା ନେଇ ଠକି ଦେବାକୁ ବସିଥିଲେ ବିଲଡର । ଏମିତି ଏକ ଘଟଣା ଏବେ କଟକରେ ଦେଖିବାକୁ ମିଳିବାକୁ । ଜଣେ ବ୍ୟକ୍ତିଙ୍କୁ ଘରଟିଏ ଦବାକୁ କହି ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ବିଲଡରକୁ ଗିରଫ କରିଛି ପୋଲୀସ । ଦିବ୍ୟଜୋତି ଦତ୍ତ ନାମକ ଜଣେ ବ୍ୟକ୍ତି ଏହି ଠକେଇର ସମ୍ମୁଖୀନ ହୋଇଛନ୍ତି । ଦୀର୍ଘ ୮ବର୍ଷ ତଳେ ସେ ଘରଟିଏ ନିର୍ମାଣ କରିବା ପାଇଁ ପ୍ରଭାତ କୁମାର ନନ୍ଦ ନାମକ ଜଣେ ବ୍ୟକ୍ତିଙ୍କୁ ଟଙ୍କା ଦେଇଥିଲେ । ହେଲେ ସେ ସମସ୍ତ ଟଙ୍କା ନେବା ସତ୍ୱେ ଦିବ୍ୟଜୋତିଙ୍କୁ ଘର ପ୍ରଦାନ କରିନଥିଲେ ।
ଦିବ୍ୟଜୋତି ବାରମ୍ବାର ଏ ବାବଦରେ ପ୍ରଦୀପ୍ତଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସବୁ ଥର କଥା ଘୁଞ୍ଚାଇ ଦେଉଥିଲେ । ତେଣୁ ଦିବ୍ୟଜୋତି ଏ ସମ୍ପର୍କରେ ବାଧ୍ୟ ହୋଇ ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏହି ଅଭିଯୋଗ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଆଜି ପ୍ରଭାତ କୁମାର ନନ୍ଦଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ ପ୍ରଭାତ କୁମାର ରଘୁପତି ଇଷ୍ଟେଟ ଆଣ୍ଡ ହୋଲଣ୍ଡିଙ୍ଗ ପ୍ରାଇଭେଟ ଲିମିଟେର ମ୍ୟାନେଜିଙ୍ଗ ଡାଇରେକଟର ଅଛନ୍ତି । ଦିବ୍ୟଜୋତି ଦତ୍ତ ଘର ନିର୍ମାଣ କରିବା ନିମନ୍ତେ ତାଙ୍କ ୨୫.୫ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ହେଲେ ପ୍ରଭାତ ଦିବ୍ୟଜୋତିଙ୍କ ସହ ଗତ ୮ବର୍ଷ ହେବ ଖେଳିବା ସହ ତାଙ୍କୁ ଘର ପ୍ରଦାନ କରିନଥିଲେ ।