ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଗତ କିଛି ଦିନ ତଳେ ନାଗରିକତା ସଂଶୋଧନ ଆଇକୁ ବିରୋଧ କରି ସାରା ଦେଶରେ ହିଂସା ଦେଖିବାକୁ ମିଳିଥିଲା । ଏହି ହିଂସାରେ ରେଲୱେର ୮୪ କୋଟି ଟଙ୍କାର କ୍ଷତି ହୋଇଛି । ଏହି କ୍ଷୟକ୍ଷତିର ଭରଣା ଦଙ୍ଗାକାରୀ ମାନଙ୍କ ଠାରୁ ଆଦାୟ କରାଯିବ । ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି ସେମାନେ ଏହି ଭରଣା କରିବେ । କୋଲକାତା ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଆଫିଡେବିଟ ମୁତାବକ, ସିଏଏକୁ ବିରୋଧ କରି ଗତ ମାସରେ ୧୩ ରୁ ୧୫ ତାରିଖରେ ଯେଉଁ ହିଂସା ପ୍ରଦର୍ଶନ ହୋଇଥିଲା ସେଥିରେ ରେଲୱେକୁ ୮୪ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ପୂର୍ବରୁ ଏନେଇ ରେଲୱେ ଚେୟାରମ୍ୟାନ ବିନୋଦ କୁମାର ଯାଦବ ସୂଚନା ଦେଇଥିଲେ ।
ବିନୋଦଙ୍କ କହିବା ଅନୁସାରେ ଯେଉଁମାନେ ଏହି ହିଂସାକାଣ୍ଡ ଘଟାଇଥିଲେ ସୋମାନଙ୍କ ଠାରୁ ଭରଣା ଆଦାୟ କରାଯିବ । ସିଏଏକୁ ନେଇ ପଶ୍ଚିମବଙ୍ଗରେ ହିଂସା ପ୍ରଦର୍ଶନ କରି ଦଙ୍ଗାକାରୀ ମାନେ ସଂକେରେଳ ରେଲୱେ ଷ୍ଟେସନରେ ଥିବା ଏକ ଟିକେଟ କାଉଣ୍ଟର ଜାଳି ଦେଇଥିଲେ । ସେହିପରି ସୁଜନୀପାରା ଷ୍ଟେସନରେ ଭାଙ୍ଗାରୁଜା ମଧ୍ୟ କରିଥିଲେ । ଏହା ସହ କୃଷ୍ଣପୁର ରେଲୱେ ଷ୍ଟସନ ପାଖରେ ଲାଲଗୋଲାରେ ଥିବା କିଛି ଟ୍ରେନରେ ନିଆଁ ଲଗାଇ ଦେଇଥିଲେ ଦଙ୍ଗାକାରୀ ମାନେ । ହରିଶ୍ଚନ୍ଦ୍ରପୁର ଷ୍ଟେସନ ମଧ୍ୟ ଭାଙ୍ଗିବା ଦେଇ ଥିଲେ ଆନ୍ଦୋଳନକାରୀ ମାନେ । ଏହି ସବୁ କ୍ଷୟକ୍ଷତିର ଭରଣା ଯେଉଁ ମାନଙ୍କର ନାଁରେ ମାମଲା ରୁଜୁ ହୋଇଛି ସୋମାନଙ୍କ ଠାରୁ ଆଦାୟ କରାଯିବ ।