ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ସମଗ୍ର ଦେଶରେ ସବୁ କିଛି ପ୍ରଭାବିତ ହୋଇଛନ୍ତି । ଦେଶରେ ଛାତ୍ରଛାତ୍ରୀମାନେ ନିଜର ଶିକ୍ଷା ପାଇଁ ଅଧିକ ପ୍ରଭାବିତ ହୋଇଛନ୍ତି । ତେବେ କରୋନୋ ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓ ସ୍ନାତ୍ତକ ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ନକରି ଛାତ୍ରଛାତ୍ରୀମାନଙ୍କୁ ପାସ କରିବାକୁ ବିଭିନ୍ନ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ UGC ବିରୋଧ କରିଛି । ଦେଶର କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓ ସ୍ନାତ୍ତକ ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା କରିବା ନେଇ UGC ଜାରି କରିଥିବା ନିର୍ଦ୍ଦେଶକୁ ଜାରି କରିଥିଲେ । ତେବେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା ।
ଯାହାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ UGC ଜାରି କରିଥିବା ଗାଇଡଲାଇନକୁ ସମର୍ଥନ କରିଛନ୍ତି । ସୁପ୍ରିମକୋର୍ଟ କୁ ସମର୍ଥନ କରିବା ସହ, ବିନା ପରୀକ୍ଷାରେ ଛାତ୍ରଛାତ୍ରୀ ପାସ କରିପାରିବେ ନାହିଁ ବୋଲି କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ୟୁଜିସିଙ୍କ ଅନୁମତି ବିନା ରାଜ୍ୟମାନେ ପରୀକ୍ଷା ବାତିଲ କରିପାରିବେ ନାହିଁ । ପିଲାମାନଙ୍କୁ ପାସ କରିବା ପାଇଁ ପରୀକ୍ଷା ଆବଶ୍ୟକ । ରାଜ୍ୟମାନଙ୍କୁ ୩୦ ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା କରିବାକୁ ପଡିବ । ଅଗଷ୍ଟ ୧୮ ରେ ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଥିଲେ ।
ୟୁଜିସି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛି ଯେ ସେପ୍ଟେମ୍ବର ୩୦ ସୁଦ୍ଧା କୋଭିଡ -୧୯ ମହାମାରୀ ମଧ୍ୟରେ ଚୂଡ଼ାନ୍ତ ବର୍ଷ ପରୀକ୍ଷା କରିବା ପାଇଁ ଜୁଲାଇ ୬ ରେ ବିଶ୍ୱବିଦ୍ୟାଳୟ ଏବଂ କଲେଜମାନଙ୍କୁ ଦିଆଯାଇଥିବା ଆଦେଶ କୌଣସି ବାଧ୍ୟତାମୂଳକ ନାହିଁ, କିନ୍ତୁ ପରୀକ୍ଷା ନକରି ରାଜ୍ୟ ନିଜ ପିଲାମାନଙ୍କୁ ଡିଗ୍ରୀ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇପାରିବ ନାହିଁ । ୟୁଜିସି କୋର୍ଟଙ୍କୁ କହିଥିଲେ ଯେ ଏହି ନିର୍ଦ୍ଦେଶ ଛାତ୍ରଛାତ୍ରୀଙ୍କ ହିତ ପାଇଁ ଅଟେ କାରଣ ବିଶ୍ୱବିଦ୍ୟାଳୟଗୁଡ଼ିକ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆଡମିଶନ ଆରମ୍ଭ କରିବାକୁ ପଡିବ ଏବଂ ରାଜ୍ୟ କର୍ତ୍ତୃପକ୍ଷ ଟଏଉ ନିର୍ଦ୍ଦେଶାବଳୀକୁ ଅଣଦେଖା କରିପାରିବେ ନାହିଁ । ଯଦି ରାଜ୍ୟମାନେ ଚାହିଁବେ କି ସେମାନେ ଅନୁଭବ କରିବେ ଯେ ତାଙ୍କ ରାଜ୍ୟରେ ୩୦ ସେପ୍ଟେମ୍ୱର ମଧ୍ୟରେ ପରୀକ୍ଷା କରାଯାଇ ପାରିବ ନାହିଁ ତେବେ ସେମାନେ ୟୁଜିସିକୁ ଜଣାଇବେ । ସ୍ଥିତି ସୁଧୁରିବା ପରେ ପରୀକ୍ଷା କରାଯିବ, ହେଲେ ବିନା ପରୀକ୍ଷାରେ ପିଲାଙ୍କୁ ପାସ କରାଯାଇ ପାରିବ ନାହିଁ । ପାସ କରିବାକୁ ଚାହୁଁଥିଲେ ପିଲାଙ୍କୁ ପରୀକ୍ଷା ଦେବାକୁ ପଡିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024