ମୁମ୍ବାଇ (ଏଟିଆର ବ୍ୟୁରୋ): ଗତକାଲି ବକ୍ସ ଅଫିସରେ ରିଲିଜ ହୋଇଯାଇଛି ବଲିଉଡର ଦୁଇଟି ଦମଦାର ଫିଲ୍ମ । ଗୋଟିଏ ପଟେ ଦୀପିକାଙ୍କର ‘ଛପାକ’ ଥିବା ବେଳେ ଅନ୍ୟପଟେ ଅଜୟ ଦେବଗନଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ରିଲିଜ ହୋଇଯାଇଛି । ଦୁଇଟି ଯାକ ଫିଲ୍ମ ଭିନ୍ନ ଭିନ୍ନ କାହାଣୀ ଉପରେ ପର୍ଯ୍ୟବେଶିତ ହୋଇଥିବା ବେଳେ ଫିଲ୍ମର ଟ୍ରେଲର ରିଲିଜ ହେବା ଦିନଠାରୁ ଦୁଇଟି ଯାକ ଫିଲ୍ମ ଚର୍ଚ୍ଚାରେ ରହିଛି ।
ବହୁ ବାଦ ବିବାଦ ପରେ ଦୀପିକାଙ୍କର ‘ଛପାକ’ ଫିଲ୍ମଟି ଲଜ୍ ହୋଇଯାଇଛି । ଫିଲ୍ମଟିକୁ ନେଇ ସୋସିଆଲ ମିଡିଆରେ ଜବରଦସ୍ତ ହଙ୍ଗାମା ଚାଲିଥିବା ବେଳେ ଫିଲ୍ମଟିର ପ୍ରଥମ ଦିନର କଲେକ୍ସନ ସାମ୍ନାକୁ ଆସିଯାଇଛି । ଫିଲ୍ମଟି ପ୍ରଥମ ଦିନରେ ୫କୋଟି ଟଙ୍କା ଆୟ କରିଛି । ଫିଲ୍ମଟିକୁ ୪୫କୋଟି ଟଙ୍କାରେ ନିର୍ମାଣ କରାଯାଇ ଥିବା ବେଳେ ଆଜି ଓ ଆସନ୍ତାକାଲି ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି ।
#Chhapaak 's All-India Day 1 Early Estimates Nett is around ₹ 5 Crs..
Expected to grow over the weekend..
— Ramesh Bala (@rameshlaus) January 11, 2020
ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ହୋଇଥିବା ଏସିଡ ଆଟାକ ଉପରେ ଏହି ଫିଲ୍ମଟି ପର୍ଯ୍ୟବେଶିତ ଅଟେ । ଫିଲ୍ମରେ ଦୀପିକା ମୁଖ୍ୟ ଭୂମିକାରେ ଥିବା ବେଳେ ବ୍ରିକ୍ରାନ୍ତ ମେଶି ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ।
ସେପଟେ ଅଜୟ ଦେବଗନଙ୍କ ଦ୍ୱାରା ନିର୍ମିତ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ଫିଲ୍ମଟି ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ପର୍ଯ୍ୟବେଶିତ ଅଟେ । ଏହି ଫିଲ୍ମରେ ଅଜୟଙ୍କ ବ୍ୟତିତ ସୈଫ୍ ଅଲ୍ଲୀ ଖାନ ଓ କାଜଲଙ୍କୁ ଦେଖିବାକୁ ମିଳୁଛି । ପ୍ରାୟ ୯ ବର୍ଷ ପରେ ଅଜୟ ଓ କାଜଲ ଏକାଠି ଏହି ଫିଲ୍ମଟିରେ କାମ କରିଛନ୍ତି । ଏହା ବ୍ୟତିତ ତାନାଜୀ ଅଜୟଙ୍କର ୧୦୦ତମ ଚଳଚ୍ଚିତ୍ର ଅଟେ । ଫିଲ୍ମଟି ପ୍ରଥମ ଦିନରେ ୧୫.୧୦ କୋଟି ଟଙ୍କା ଆୟ କରିଛି ।
#Tanhaji exceeds expectations and posts healthy total on Day 1… Biz grew rapidly from post-noon onwards… Excellent in #Maharashtra [#Mumbai, parts of #CP and #Nizam circuits]… Glowing word of mouth should ensure solid growth on Day 2 and 3… Fri ₹ 15.10 cr. #India biz.
— taran adarsh (@taran_adarsh) January 11, 2020
ଫିଲ୍ମଟି ଉଭୟ ମରାଠୀ ଓ ହିନ୍ଦୀ ଭାଷାରେ ରିଲିଜ ହୋଇଥିବା ବେଳେ ପ୍ରାୟ ୩ହଜାର ୮୮୦ଟି ସ୍କ୍ରିନରେ ରିଲିଜ ହୋଇଛି । ଫିଲ୍ମଟିକୁ ନିର୍ମାଣ କରିବା ପାଇଁ ୧୫୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଆଗକୁ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।