ଜାମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ସରକାର ଆଦେଶ ଦେଲେ ପିଓକେ ଆମର ହେବ । ଏକ ସାମ୍ବାଦିକ ସମ୍ମୀଳନିରେ ଏମିତି କହିଛନ୍ତି ନୂଆ କରି ଦାୟିତ୍ୱ ନେଇଥିବା ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱେଣ । ସେ କହିଛନ୍ତି କେନ୍ଦ୍ର ଯଦି ନିଷ୍ପତ୍ତି ନେବ ପାକିସ୍ତାନ ଅଧିନରେ ଥିବା ପିଓକେ ଆମର ହେବ । ଚୀନ ଓ ପାକିସ୍ତାନ ପଟୁ ଆସୁଥିବା ସମସ୍ତ ଚ୍ୟାଲେଞ୍ଜକୁ ହାତକୁ ନେବାକୁ ସେନା ପ୍ରସ୍ତୁତ ଅଛି । ସ୍ଥାନୀୟ ପୁଲିସ ଓ ପ୍ରଶାସନ ସେନାକୁ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି ।
ଏବେ ସେନାକୁ ମଜବୁତ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଛାଲିଛି । ସୂଚନାଯୋଗ୍ୟ ଏହି ନିକଟରେ ଜେନେରାଲ ବିପିନ ରାୱତ ସେନାମୁଖ୍ୟ ପଦବୀରୁ ଅବସର ନେବା ପରେ ନୂଆ କରି ସୃଷ୍ଟି ହୋଇଥିବା ସିଡିଏସ(ଚିଫ ଅଫ ଡିଫେନସ ଷ୍ଟାପ)ରେ ଅବସ୍ଥାପିତ ହୋଇଛନ୍ତି । ସ୍ଥଳସେନା, ବାୟୁସେନା ଓ ନୌସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏହି ପଦବୀ ସୃଷ୍ଟି ହୋଇଛି ।