ଗୁଜୁରାଟ(ଏଟିଆର ବ୍ୟୁରୋ): ଗୁଜୁରାଟର ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ଏମ୍ସ ଅକ୍ସିଜେନ୍ ନାମକ ଏକ କରଖାନାରେ ବିସ୍ଫୋରଣ ହେଇଥିଲା । କରଖାନାରେ ନିଆଁ ଲାଗିବାରୁ ଏହି ବିସ୍ଫୋରଣ ଘଟିଥିବାର ସନ୍ଦେହ କରାଯାଉଛି ।
ଏପର୍ଯ୍ୟନ୍ତ କରଖାନାରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ । ତେବେ ଏହି ଘଟଣାରେ ୧୦ରୁ ଉଦ୍ଧ୍ୱର୍ ଆହତ ହୋଇଥିବାର ଜଣାପଡିଛି । ଆହତମାନଙ୍କୁ ନିକଟସ୍ଥତ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀ ଲାଗିଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।