ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଟିମ୍ ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇରେ ଫିଟନେସ୍ ଟେଷ୍ଟରେ ଫେଲ୍ ହୋଇଛନ୍ତି । ଏହାପରେ ତାଙ୍କୁ ଇଣ୍ଡିଆ-ଏ ଟିମ୍ ରୁ ବାହର କରି ଦିଆଯାଇଛି । ହାର୍ଦ୍ଦିକଙ୍କ ସ୍ଥାନରେ ଏବେ ବିଜୟ ଶଙ୍କରଙ୍କୁ ଇଣ୍ଡିଆ-ଏ ଟିମ୍ ରେ ସାମିଲ କରାଯାଇଛି । ନ୍ୟୁଜିଲାଣ୍ଡ ଗସ୍ତରେ ଦୁଇଟି ୫୦ ଓଭର ବିଶିଷ୍ଟ ଅଭ୍ୟାସ ମ୍ୟାଚ୍, ତିନୋଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ଦୁଇଟି ଚତୁର୍ଥ ଦିନିକିଆ ଟେଷ୍ଟ ମ୍ୟାଚ୍ ଖେଳିବ ଇଣ୍ଡିଆ-ଏ ଟିମ୍ ।
ଇଣ୍ଡିଆ-ଏ ଟିମ୍ ପାଇଁ ୟୋ ୟୋ ଟେଷ୍ଟ ହୁଏ ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟା ଏବେ ରିହାବିଲିଟେସନରୁ ଫେରିଛନ୍ତି ଏବଂ ସେ ଫିଟନେସ୍ ଟେଷ୍ଟରେ ବି ଫେଲ୍ ହୋଇଛନ୍ତି । ପ୍ରକୃତରେ ରିହାବିଲିଟେସନରୁ ଫେରିଥିବା ଖେଳାଳିଙ୍କ ପାଇଁ ଫିଟନେସ୍ ଟେଷ୍ଟ ପାସ୍ କରିବା ନିହାତି ଜରୁରୀ ।