ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତ୫ ତାରିଖରେ ହୋଇଥିବା ଜେଏନୟୁ ହିଂସା ଯେପରି ସାରା ଦେଶରେ ଏକ ଆଲୋଡନ ସୃଷ୍ଟି କରିଦେଇଥିଲା । ତେବେ ଜେଏନୟୁରେ ହୋଇଥିବା ହିଂସାକାଣ୍ଡ ଉପରେ ସଠିକ ତଦନ୍ତ ସହ ଏହାର ପ୍ରମାଣ ଯେପରି ସଂରକ୍ଷିତ ହୋଇରହିବ ସେଥିପାଇଁ ଜେଏନୟୁର ତିନିଜଣ ପ୍ରଫେସର ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ଆଜି ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି ।
ଜେଏନୟୁର ହିଂସାକାଣ୍ଡ ଉପରେ ସମସ୍ତ ଭିଡିଓ, ସିସିଟିଭି ଫୁଟେଜ ଓ ଅନ୍ୟ ପ୍ରମାଣକୁ ସଂରକ୍ଷିତ କରି ରଖିବା ଘଟଣାରେ ଦିଲ୍ଲୀ ହାଇକୋର୍ଟ ନିଜର ଶୁଣାଣୀ କରିଛନ୍ତି । କୋର୍ଟ ଏହାର ଶୁଣାଣି କରି ପୁଲିସ, ଦିଲ୍ଲୀ ସରକାର, ହ୍ୱାଟସଆପ , ଗୁଗୁଲ ଓ ଆପଲକୁ ନୋଟିସ କରିଛନ୍ତି । କୋର୍ଟ ତଥ୍ୟ ସଂରକ୍ଷଣ ଉପରେ ତୁରନ୍ତ ମତ ରଖିବାକୁ କହିଛନ୍ତି । ତେବେ ଶୁଣାଣୀ ବେଳେ ଦିଲ୍ଲୀ ପୋଲିସ କହିଛି, ଆମେ ଜେଏନୟୁ ପ୍ରଶାସନକୁ ହିଂସାକାଣ୍ଡର ସିସିଟିଭି ଫୁଟେଜକୁ ସଂରକ୍ଷିତ କରି ରଖିବାକୁ କହିଛୁ । ଏଥିସହ ସିସିଟିଭି ଫୁଟେଜକୁ ମଧ୍ୟ ଆମକୁ ପ୍ରଦାନ କରିବାକୁ କହିଛୁ । ସମସ୍ତ ମତ ଶୁଣି ସାରିବା ପରେ ବିଚାରପତି ଜଷ୍ଟିସ ବ୍ରିଜେଶ ସେଠୀ ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା କାଲି ହେବ ବୋଲି କହିଛନ୍ତି । ଦିଲ୍ଲୀ ସରକାରଙ୍କ ଷ୍ଟାଣ୍ଡିଂ ଓକିଲ ରାହୁଲ ମେହର କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଏଯାଏଁ ପୁଲିସ କୌଣସି ତଥ୍ୟ ସଂରକ୍ଷଣ ସମ୍ପର୍କରେ ଜବାବ ଦେଇନାହାନ୍ତି ।