ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋଦି ସରକାର ସତ୍ତାକୁ ଆସିବା ପରେ ଅମିତ୍ ଶାହାଙ୍କ ମହତ୍ୱ ବଢି ଯାଇଛି । ଶାହାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ନିୟୋଜିତ କରାଯିବା ସହିତ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି । ଏହାସହିତ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବାସଭବନରେ ରହିବେ ବୋଲି ସ୍ପଷ୍ଟ ହୋଇଛି । ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଅଗାମୀ ଦୁଇ ମାସ ଭିତରେ କୃଷ୍ଣା ମେନନ ମାର୍ଗ ସ୍ଥିତ ଅଟଳ ଜୀଙ୍କ ବାସଭବନକୁ ଶାହା ସିଫ୍ଟ ହୋଇପାରନ୍ତି ।
ଏହାପୂର୍ବରୁ ମନ୍ତ୍ରାଳୟ ପକ୍ଷରୁ ୨୦୦୪ ରେ କେଏମ ମାର୍ଗ ସ୍ଥିତ ସରକାରୀ ବଙ୍ଗଳାକଚ ଅଟଳ ଜୀଙ୍କ ନାମରେ ବଣ୍ଟନ କରାଯାଇଥିଲା । ଏଠାରେ ସେ ପାଖାପାଖି ୧୪ ବର୍ଷ ରହିଲେ । ଗତବର୍ଷ ତାଙ୍କ ଅଟଳ ଜୀଙ୍କ ପରଲୋକ ହେବା ପରେ ତାଙ୍କ ପରିବାର ଲୋକ ଏହି ବାସଭବନକୁ ଖାଲି କରିଦେଇଥିଲେ ।
ସରକାରୀ ରିପୋର୍ଟ ମୁତାବକ, ଏହି ବଙ୍ଗଳାକୁ ନବୀକରଣ କରିବା ପାଇଁ ପୂର୍ବରୁ କୁହାଯାଇଥିଲା । ଏବେ ଦୁଇ ମାସ ଭିତରେ ନବୀକରଣର ସମସ୍ତ କାମ ପୂରଣ କରାଯିବ । ଏହାପରେ ଶାହା ଏଠାକୁ ସିଫ୍ଟ ହୋଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ବର୍ତ୍ତମାନ ଶାହା ଅକବର ରୋଡ ସ୍ଥିତ ବାସଭବନରେ ରହୁଛନ୍ତି ।
ସବୁଠାରୁ ବଡ କଥା ହେଉଛି ବର୍ଷ ୨୦୧୪ରେ ବିଜେିପି ସରକାର ସତ୍ତାକୁ ଆସିବା ପରେ ନିଷ୍ପତି ନିଆଯାଇଥିଲା କି ଆଗକୁ କୌଣସି ନେତାଙ୍କ ନିଧନ ପରେ ତାଙ୍କ ସରକାରୀ ବାସଭବନକୁ ସ୍ମୃତିପୀଠରେ ପରିବର୍ତ୍ତନ କରାଯିବ ନାହିଁ । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ବଣ୍ଟନ କରାଯାଉଛି । କିନ୍ତୁ ନିକଟରେ ବିଜେପି ସରକାର ଲୋକସଭା ନିର୍ବାଚନରେ ବିଜୟୀ ହେବା ଏବଂ ସରକାରରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ନୂତନ ବଙ୍ଗଳା ଦିଆଯାଇଛି ।