ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ୫୨ ବର୍ଷ ତଳେ ଜଣେ ବିଧବା ମହିଳାଙ୍କର ୫ଏକର ଜମି ହିମାଚଳ ପ୍ରଦେଶ ସରକାର ରାସ୍ତା ତିଆରି ପାଇଁ ବଳ ପୁର୍ବକ ନେଇ ଯାଇଥିଲେ । ହେଲେ ମହିଳା ଜଣଙ୍କ ସେତେବେଳେ ବ୍ୟକ୍ତିଗତ ସମ୍ପତି ଅଧିକାର ଆଇନ ବିଷୟରେ ଜାଣିନଥିବାରୁ ଚୁପ ରହିଥିଲେ ।
ହେଲେ ୨୦୧୦ରେ ସେ ବ୍ୟକ୍ତିଗତ ସମ୍ପତି ଆଇନ ବିଷୟରେ ଜାଣିବା ପରେ ଏନେଇ ହିମାଚଳ ପ୍ରଦେଶ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଥିଲେ ହେଲେ ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା ।
ହରାଇଥିବା ଜମି ବାବଦରେ କ୍ଷତି ପୁରଣ ନପାଇ ମହିଳା ଜଣଙ୍କ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଏହି ଘଟଣାରେ ଗଭିର ଉଦବେଗ ପ୍ରକାଶ କରି ୮୦ ବର୍ଷିୟା ମହିଳା ବିଦ୍ୟା ଦେବୀଙ୍କୁ ରାଜ୍ୟ ସରକାର ୧କୋଟି ଟଙ୍କା କ୍ଷତି ପୁରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ସମ୍ବିଧାନ ଅନୁସାରେ ନିଜ ବ୍ୟକ୍ତିଗତ ସମ୍ପତି ଉପରେ କେବଳ ନିଜ ମାଲିକାନା ରହିବା ଜଣେ ବ୍ୟକ୍ତିର ମାନବିକ ଅଧିକାର । କୌଣଷି ରାଜ୍ୟ ଜଣେ ବ୍ୟକ୍ତର ବ୍ୟକ୍ତିଗତ ସମ୍ପତିକୁ ଅନଧିକାର ପ୍ରବେଶ କରିପାରିବ ନାହିଁ କି ବିନା ଆଇନଗତ ପ୍ରକ୍ରିୟାରେ ଏହାକୁ ନିଜ ଅଧିନକୁ ନେଇ ପାରିବେନି ।
ସୁପ୍ରିମକୋର୍ଟ ବିଦ୍ୟା ଦେବୀଙ୍କୁ ୫୨ବର୍ଷ ପରେ ନ୍ୟାୟ ଦେଇ ସମସ୍ତ ରାଜ୍ୟର ସରକାରଙ୍କୁ ମଧ୍ୟ ଚେତାଇ ଦେଇଛନ୍ତି ଯେ ମାନବିକ ଆଇନର ଉଲଘଂନ କଲେ ସରକାରଙ୍କୁ ମଧ୍ୟ ତଣ୍ଡ ଗଣିବାକୁ ପଡିବ ।