ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଭୁବନେଶ୍ୱର ସ୍ଥିତ ପଟିଆ କାନନ ବିହାର ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ୨୬ ତମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଛି । ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ସମ୍ମାନିତ ଅତିଥି ବିଧାୟକ ସୁଶାନ୍ତ କୁମାର ରାଉତ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପାଣି ଆଦି ଉପସ୍ଥିତ ଥିଲେ । ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟର ବାର୍ଷିକ ମୁଖପତ୍ର ପଦପଲ୍ଲବ କୁ ଉନ୍ମୋଚନ କରାଯାଇଥିଲା ।
ବିଦ୍ୟାଳୟର ମାର୍ଗଦର୍ଶକ ଅଲେଖ ନାୟତ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ କରାଇଥିଲେ । ଏହା ପରେ ଅତିଥି ମାନେ ନିଜ ନିଜ ଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ମହତ୍ୱ ବିଷୟରେ ବୁଝାଇବା ସହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।