ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ କିଛି ଦିନ ମଧ୍ୟର କେରଳରେ ଇମ୍ପେ୍ଲାଜନ ପ୍ରକ୍ରିୟାରେ ବେଆଇନ କୋଠା ଗୁଡିକ ଭଙ୍ଗାଯାଇଥିଲା । ଏହା ପରେ ରାଜଧାନୀ ଭୁବନେଶ୍ୱରର ବିଲଡର ମାନଙ୍କ ଛାତିରେ ଛନକା ପଶିଛି କାରଣ ଭୁବନେଶ୍ୱର ଛାତି ଉପରେ ବି ଠିଆ ହୋଇଛି ଶହଶହ ବେଆଇନ କୋଠା ।
ଭୁବନେଶ୍ୱରରେ ଯେଉଁଆଡେ ଅନାଇଲେ ବଡବଡ କୋଠା ଦେଖିବାକୁ ମିଳୁଛି । ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ ରାଜଧାନୀରେ ନିର୍ମାଣ ହୋଇଛି ଶହଶହ କୋଠା । ହେଲେ ମିଳିଥିବା ସୁଚନା ଅନୁସାରେ ବିଡିଏ ପକ୍ଷରୁ ପ୍ରାୟ ୬ହଜାରରୁ ଅଧିକ ବେଆଇନ କୋଠା ନିର୍ମାଣ ମାମଲା ରୁଜୁ ହୋଇଛି । ଏଥି ମଧ୍ୟରେ ୪୩୭ଟି ଉଚ୍ଚ ଅଟାଳିକା ମଧ୍ୟ ରହିଛି ।
ସେପଟେ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀଙ୍କ କହିବା ଅନୁସାରେ ବେଆଇନ କୋଠା ନିର୍ମାଣ କରିଥିବା ୪୨୩ଜଣ ବିଲଡରଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଦରକାର ପଡିଲେ କୋଚି ଭଳି ଭୁବନେଶ୍ୱରରେ ମଧ୍ୟ ଇମ୍ପେ୍ଲାଜନ ଦ୍ୱାରା ବେଆଇନ କୋଠା ସବୁ ଭଙ୍ଗାଯିବ ।
ପୁର୍ବରୁ ବିଶାଲ ଦେବ ବିଡିଏର ଉପାଧ୍ୟକ୍ଷ ଥିବା ସମୟରେ ରାଜଧାନୀର ପ୍ରାୟ ଛୋଟବଡ ୧୪୭ଟି କୋଠାକୁ ଭାଙ୍ଗିବାକୁ ନିଷ୍ପତି ନେଇଥିଲେ । ଏପରିକି କୋଚି ଭଳି ଇମ୍ପେ୍ଲାଜନରେ କୋଠା ଭାଙ୍ଗୁଥିବା ସଂସ୍ଥା ସହ ମଧ୍ୟ ଯୋଗାଯୋଗ କରିଥିଲା ବିଡିଏ । ହେଲେ ଏପର୍ଯ୍ୟନ୍ତ ଗୋଟିଏ ବି କୋଠା ଭଙ୍ଗାଯାଇନାହିଁ ।